www.samajalive.in
Thursday, December 11, 2025
15.1 C
Bhubaneswar

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝରଗଡ : ଅତିରିକ୍ତ ଜିଲାଜଜ୍‍ ମମିତା ଦାଜ୍ୱୁଧବାର ଏକ ନରହତ୍ୟା ମାମଲାର ବିଚାର କରି ସଦର ଥାନା ଜଗନ୍ନାଥପୁର ଗ୍ରାମର ଶରତ ଚନ୍ଦ୍ର ମହାନ୍ତ(୪୫)କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ସଦର ଥାନା ଜଗନ୍ନାଥପୁର ଗ୍ରାମର କେଶରୀ ମହାନ୍ତ(୬୦) ୨ସେପ୍ଟେମ୍ବର ୨୦୨୦ରେ ନିକଟସ୍ଥ ଦ୍ୱାରିକାପଶି ହାଟକୁ ଯାଉଥିବା ସମୟରେ ସେହି ଗ୍ରାମର ଶରତ ଚନ୍ଦ୍ର ମହାନ୍ତ ଭୁଦବାହାଳି ଗ୍ରାମ ରାସ୍ତାରେ କେଶରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଗଣ୍ଡିକୁ ରାସ୍ତା କଡରେ ଫୋପାଡି ମୁଣ୍ଡ ଧରି ପଳାଇ ଯାଇଥିଲା ।

- Advertisement -

ମୃତକର ପୁଅ ରଘୁନାଥ ଏ ନେଇ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ଶରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହତ୍ୟାର ଶୀକାର ମହିଳା ଜଣକ ଅଭିଯୁକ୍ତ ଶରତର ସ୍ତ୍ରୀ ଚରିତ୍ରକୁ ନେଇ ଗାଁରେ କହୁଥିବାରୁ ଶରତ ଅପମାନିତ ହୋଇ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଥିଲା। ଉଥିଲା । ଜିଲା ଅତିରିକ୍ତ ଦୌରାଜଜ୍‍ ମମିତା ଦାସ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଶରତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories