www.samajalive.in
Wednesday, December 10, 2025
14.1 C
Bhubaneswar

ଟିଭି ଷ୍ଟୁଡିଓରେ ସିଧାପ୍ରସାରଣ ବେଳେ ବିଜେପି ଓ ସପା ନେତାଙ୍କ ମଧ୍ୟରେ ମାରପିଟ୍‌

ନୂଆଦିଲ୍ଲୀ .- ହୀନ୍ଦି ସମ୍ବାଦ ଚ୍ୟାନେଲ ଜି ନ୍ୟୁଜ୍‌ର ଏକ ଆଲୋଚନା କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଲିଥିବା ବେଳେ ବିଜେପି ଓ ସମାଜବାଦୀ ପାର୍ଟିର ନେତାମାନଙ୍କ ମଧ୍ୟରେ ମାରପିଟ୍‌ ଚାଲିଥିବା ଦେଖିବାକୁ ମିଳିଥିଲା ମାରପିଟ୍‌ ନ ଥମିବାରୁ ଟିଭି ଚ୍ୟାନେଲ୍‌ କର୍ତ୍ତୃପକ୍ଷ ପୁଲିସକୁ ଡକାଇଥିଲେ  । ପୁଲିସ ଏହି ଘଟଣାପରେ  ସମାଜବାଦୀପାର୍ଟିର ଅନୁରାଗ ଭଦୋରିଆଙ୍କୁ ଅଟକ ରଖିଛି । ଏହାର ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି ।

ଟିଭି ଚ୍ୟାନେଲର  ‘ଏ କ୍ୟା କେହେତା ହେ ଇଣ୍ଡିଆ’  କାର୍ଯ୍ୟକ୍ରମରେ ଏକ ଆଲୋଚନା ଚାଲିଥିଲା । ଏହାପରେ ବିଜେପି ମୁଖପାତ୍ର ଗୌରବ ଭାଟିଆ ଓ ସମାଜବାଦୀ ପାର୍ଟିର ଅନୁରାଗ ଭାଦୋରିଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଦୁଇ ଜଣ ମୁହାଁ ମୁହିଁ ହୋଇଥିଲେ । ପରେ ସେଠାରେ ଥିବା ଲୋକମାନେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଭାଟିଆ , ଭାଦୋରିଆଙ୍କ ଆଡକୁ ମାଡିଯାଇଥିଲେ । ଭାଦୋରିଆ ତାଙ୍କୁ ଏକ ଧକ୍କା ଦେଇଥିଲେ  ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଭାଟିଆ ଏହାର ଭିଡିଓକୁ  ସାମାଜିକ ଗଣମାଧ୍ୟମରେ ଅଂଶୀଦାର କରିଛନ୍ତି ।

- Advertisement -

ଭାଟିଆ ଏହାପେର ନୋଏଡାର ଏକ ଥାନାରେ ମାମଲା ରୁଜୁ କରିଛନ୍ତି ।  ଭାଦୋରିଆଙ୍କୁ ପୁଲିସ ଅଟକ ରଖିଥିବା ଥାନାରେ ସମାଜବାଦୀ ପାର୍ଟିରେ କର୍ମକର୍ତ୍ତା ଓ ନେତା ଘେରାଓ କରିବା ସହ ବିଜେପିର ଭାଟିଆ , ଭାଦୋରିଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories