www.samajalive.in
Monday, December 8, 2025
17.1 C
Bhubaneswar

ଆଇସିୟୁରେ କ୍ରିକେଟର ମୟଙ୍କ ଅଗ୍ରୱାଲ

ଅଗରତାଲା : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। ବିମାନ ଟେକ୍‌ ଅଫ୍‌ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ବେକ ଓ ମୁହଁରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ଣ୍ଣାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ଣ୍ଣାଟକକୁ  ମୟଙ୍କ ୨୯ ରନ୍‌ରେ ଜିତାଇଥିଲେ । ଏହି ମ୍ୟାଚ୍‌ ଶେଷ ହେବା ପରେ ସେ ଦଳ ସହ ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories