www.samajalive.in
Thursday, December 11, 2025
15.1 C
Bhubaneswar

ଟ୍ରକ ସହ ୪ କୁଇଣ୍ଟାଲ୍ ଗଞେଇ ଜବତ, ୨ଗିରଫ

ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର ପୁଲିସକୁ ପୁଣି ମିଳିଛି ସଫଳତା। ପଶ୍ଚିମବଙ୍ଗକୁ ବେଆଇନ ଗଞେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା କେନ୍ଦୁଗୁଡା ଫାଣ୍ଡି ପୁଲିସ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। କୌଣସି ସୁତ୍ରରୁ ଖବର ପାଇ ପଦ୍ମପୁର ଥାନା ଆଇଆଇସି ରଞ୍ଜନ କୁମାର ମାଝୀଙ୍କ ନେତୃତ୍ଵରେ ଏକ ଟିମ୍  କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଞ୍ଚ କରିବା ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ସମୟରେ  ଅଟକାଇ ଯାଞ୍ଚ କରିଥିଲେ ଏବଂ ସେଠାରୁ ୧୨ଟି ଜରି ଭର୍ତ୍ତି ଅଖାରେ ଗଞ୍ଜେଇ ଜବତ କରିଥିଲେ।

ଗଞ୍ଜେଇ ଗଜପତି ଅଞ୍ଚଳର ଏକ ଜଙ୍ଗଲରୁ ଗଞ୍ଜେଇ ଆଣି ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତା ବୋଲି ସୂଚନା ମିଳିଥିବା ବେଳେ ଏହି ଘଟଣାରେ ୨ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ଏବଂ  ଆଉ ୨ଜଣ ଫେରାର ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍, ଆଧାର କାର୍ଡ, ଡି ଏଲ , ନଗଦ ୧୬ ଶହ ଟଙ୍କା ଜବତ ପୁଲିସ ଜବତ କରିଛି। ଏ ସଂକ୍ରାନ୍ତରେ ପଦ୍ମପୁର ଥାନା ରେ ୧୯/୨୦୨୪ରେ ଏକ ଏନଡିପିଏସ ମାମଲା ରୁଜୁ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories