www.samajalive.in
Saturday, December 13, 2025
26.1 C
Bhubaneswar

ଫିରିଙ୍ଗିଆ ବନବିଭାଗ ତରଫରୁ ବନାଗ୍ନି ନିରାକରଣ ସମ୍ବନ୍ଧିତ ସଚେତନତା କର୍ମଶାଳା

ଫୁଲବାଣୀ,ଫିରିଙ୍ଗିଆ :  ଫିରିଙ୍ଗିଆ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଫିରିଙ୍ଗିଆ ବନାଞ୍ଚଳ ତରଫରୁ ବନାଗ୍ନି ନିରାକରଣ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚକ୍ରଧର କହଁର  ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ଗୋଚ୍ଛା ପଡା ବନପାଳ ଦିଲୀପ କୁମାର ବିଶୋଇ, ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାଶ, ଫିରିଙ୍ଗିଆ ବନପାଳ ପ୍ରବୀଣ କୁମାର ଦାଶ, ଫିରିଙ୍ଗିଆ ବନରକ୍ଷୀ ସୁଜିତ କୁମାର ପ୍ରଧାନ ଯୋଗଦେଇଥଲେ । ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବନାଞ୍ଚଳ ଅନ୍ତର୍ଗତ ଦୁଡୁକି, ମୁଣ୍ଡରୁ ମସ୍କା, ଡୁମୁରି ଗୁଡା, ଜିରିସୀ, ବାଲି ପଦର, ତଳ ଶ୍ରୀଗୁଣି, ସିମୁଳି ସାହି ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସଚେତନତା ତାଲିମ ଗ୍ରହଣ କରିଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ କୌଶଳ ଓ ସଚେତନତା ବିଷୟରେ ବନାଞ୍ଚଳ ଅଧିକାରୀ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories