www.samajalive.in
Monday, December 8, 2025
24.1 C
Bhubaneswar

ଚର୍ଚ୍ଚାରେ ବିବାହ ; ୧୦୩ ବର୍ଷୀୟ ବୃଦ୍ଧ କଲେ ୩ୟ ବିବାହ,କନ୍ୟାଙ୍କ ବୟସ ୪୯

ଭୋପାଳ : ଭୋପାଳର ବାସିନ୍ଦା ହବୀବ ନାମକ ଜଣେ ୧୦୩ ବର୍ଷୀୟ ବୃଦ୍ଧ ମଧ୍ୟପ୍ରଦେଶର ସବୁଠାରୁ ବୟସ୍କ ବର ବୋଲି କୁହାଯାଇଛି। ଏହାର କାରଣ ହେଉଛି ୧୦୩ ବର୍ଷରେ ସେ ୪୯ ବର୍ଷୀୟ ଫିରୋଜଙ୍କୁ ବିବାହ କରିଛନ୍ତି।
ସୋସିଆଲ ମିଡିଆରେ ଏହି ବିବାହକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି। ଏହି ବିବାହ ୨୦୨୩ ମସିହାରେ ହୋଇଥିଲା। ମାତ୍ର ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେଉଛି। ଏହି ବିବାହ ଭିନ୍ନ ହେବାର କାରଣ ବରଙ୍କୁ ୧୦୩ ବର୍ଷ ଓ କନ୍ୟାଙ୍କୁ ୪୯ ବର୍ଷ। ହବୀବଙ୍କ ଏହା ୩ୟ ବିବାହ ଅଟେ।
ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି, ହବୀବ ଏକ ଅଟୋରେ ନିଜର କନ୍ୟାଙ୍କୁ ବିବାହ ପରେ ଘରକୁ ଆଣୁଛନ୍ତି। ଲୋକେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି। ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ହବୀବ କହିଛନ୍ତି, ତାଙ୍କ ପ୍ରଥମ ବିବାହ ମହାରାଷ୍ଟ୍ରର ନାସିକ ଓ ୨ୟ ବିବାହ ଉତ୍ତର ପ୍ରଦେଶ ଲଖନଉରେ ହୋଇଥିଲା। ୨ ଜଣ ପତ୍ନୀଙ୍କ ବିୟୋଗ ହୋଇ ସାରିଛି। ଏହାପରେ ଏକୁଟିଆ ପଣ କାରଣରୁ ସେ ଫରୋଜଙ୍କୁ ବିବାହ କରିଛନ୍ତି। ପ୍ରଥମେ ଫିରୋଜ ଅରାଜି ଥିଲେ, ମାତ୍ର ପରେ ରାଜି ହୋଇଥିଲେ। ତାଙ୍କ ପତି ମଧ୍ୟ ଦୁନିଆରେ ନାହାଁନ୍ତି। ହବୀବଙ୍କ ଦେଖାଶୁଣା ପାଇଁ କେହି ନଥିବାରୁ ଫିରୋଜ ଏହି ବିବାହ ପାଇଁ ରାଜି ହୋଇଛନ୍ତି ବୋଲି କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories