www.samajalive.in
Sunday, December 14, 2025
23.1 C
Bhubaneswar

ଘରକୁ ଫେରିଲେ ଚାଲି ଚାଲି ଅଯୋଧ୍ୟା ଯାଇଥିବା ମାଲକାନଗିରିର ୨ ରାମଭକ୍ତ

ମାଲକାନଗିରି: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ମାଲକାନଗିରି ଜିଲ୍ଲାର ୨ ଜଣ ରାମ ଭକ୍ତ ଗତ ଡିସେମ୍ବର ମାସ ୨୦ ତାରିଖରେ ମାଲକାନଗିରି ସହରରୁ ଅଯୋଧ୍ୟା ନଗରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ରାମ ଭକ୍ତ ଦିନେଶ ପଟ୍ଟନାୟକ ଏବଂ ଭଗବାନ ଦୁର୍ଗା ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ କିଲୋମିଟର ପାଦରେ ଚାଲି ଚାଲି ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ ଜାନୁଆରୀ ୨୧ ତାରିଖରେ ଅଯୋଧ୍ୟା ନଗରୀରେ ପହଞ୍ଚିଥିଲେ। ଏହାପରେ ଜାନୁଆରୀ ୨୨ ଏବଂ ୨୩ ତାରିଖରେ ଅଯୋଧ୍ୟା ନଗରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମନ୍ଦିର ଭିତରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିଲେ। ପରେ ସେମାନେ ଅଯୋଧ୍ୟା ନଗରୀରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ରବିବାର ସକାଳେ ନିରାପଦରେ ମାଲକାନଗିରି ଫେରିଛନ୍ତି। ମାଲକାନଗିରି ପହଞ୍ଚିବା ପରେ ସହରର ଶହ ଶହ ସାଧାରଣ ଜନତା, ରାମଭକ୍ତ ଏବଂ ସମାଜସେବୀ ବ୍ୟାଣ୍ଡ୍ ବାଜା ଏବଂ ଜୟ ଶ୍ରୀରାମ ଧ୍ଵନି ସହିତ ଶୋଭାଯାତ୍ରା କରି ସେମାନଙ୍କୁ ସ୍ବାଗତ କରିଥିଲେ। ଉଭୟଙ୍କୁ ସ୍ବଚକ୍ଷୁରେ ଦେଖିବାପାଇଁ ବହୁ ଲୋକ ସେମାନଙ୍କ ଘର ନିକଟରେ ଅପେକ୍ଷା କରି ରହିଥିଲେ। ଘରେ ପହଞ୍ଚିବା ପରେ ଅନେକ ଲୋକ ଦିନେଶ ଏବଂ ଭଗବାନଙ୍କ ପାଦ ଛୁଇଁ ଭକ୍ତିପୂତ ଭାବରେ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା। ଉପାନ୍ତ ମାଲକାନଗିରି ଜିଲ୍ଲାରୁ ପାଦରେ ଚାଲି ଚାଲି ଅଯୋଧ୍ୟା ନଗରୀକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିବାରୁ ସ୍ଥାନୀୟ ଜନସାଧାରଣ ଗର୍ବ ଅନୁଭବ କରୁଥିବା ମତବ୍ୟକ୍ତ କରିଛନ୍ତି।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories