www.samajalive.in
Wednesday, December 10, 2025
14.1 C
Bhubaneswar

ପଞ୍ଚାୟତସ୍ତରୀୟ ଆମ ଓଡିଆ ନବୀନ ଓଡିଶା ସଚେତନା ଶିବିର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁମୁରା ପଚାୟତ ଠାରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନା ଶିବିର ଝୁମ୍ପୁରା ବିଡିଓ ହୃଦାନନ୍ଦ ଓଢାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନା ଶିବିରରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଦର୍ଶୀ କର, ସରପଞ୍ଚ ତପନ କୁମାର ନାଏକ, ଏବିଡିଓ ଜିତୁରଞ୍ଜନ ଜେନା ସହକାରୀ ଯନ୍ତ୍ରୀ ଅମୂଲ୍ୟ ଦାସ, ବିଏସ୍ଏସ୍ଓ ବନ୍ଦନା ଗିରି, ଯୋଗାଣ ଅଧିକାରିଣୀ ସରିତା ମିର୍ଦ୍ଦା ପ୍ରମୁଖ ଯୋଗଦାନ କରିଥିଲେ। ସଂପ୍ରତି ସରକାର ପ୍ରତି ପଚାୟତରେ ଜନସାଧାରଣ ନିମନ୍ତେ କି କି ଯୋଜନା କରିଛନ୍ତି, ସରକାରଙ୍କ ସମସ୍ତ ଯୋଜନାରେ ଲୋକ କିପରୀ ସାମିଲ ହୋଇ ପାରିବେ ଯେଉଁ ଜନସାଧାରଣ ସରକାରଙ୍କ ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି ତାଙ୍କୁ ସରକାରଙ୍କ ଯୋଜନାରେ କିପରି ସାମିଲ ହୋଇ ପାରିବେ ସେଥିପାଇଁ ପଚାୟତ ସ୍ତରରୁ ବ୍ଲକସ୍ତରରେ ରହିଥିବା ଅଧିକାରୀ ମାନଙ୍କ ଠାରୁ କିପରୀ ଜନସାଧାରଣ ସାହାଯ୍ୟ ସହଯୋଗ ପାଇ ପାରିବେ ସେ ସମ୍ପର୍କରେ ବିସ୍ତୁତ ଭାବରେ ଆଲୋକପାତ କରିଥିଲେ।

ସେହିପରି ସରକାର ତରଫରୁ ବର୍ତମାନ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟରେ ପ୍ରତି ଗ୍ରାମକୁ ସାମିଲ କରି ପ୍ରତିଗ୍ରାମରେ ରହିଥିବା ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଦେବସ୍ଥଳି ତା ସହିତ ମନ୍ଦିର ଗୁଡିକର ଉନ୍ନତି କରଣ କରିବା ଦିଗରେ ସରକାର କିପରୀ ଦୃଢ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବିସ୍ତୁତ ଭାବରେ ଜନସାଧାରଣଙ୍କୁ ଦିର୍ଗଦର୍ଶନ ଦେଇଥିଲେ। ସରକାର କରିଥିବା ଯୋଜନା ଗୁଡିକ କିପରୀ ସମସ୍ତ ଗ୍ରାମରେ ପହଚି ପାରିବ ସେଥିପାଇଁ ପଞ୍ଚାୟତସ୍ତରରେ ରହିଥିବା ନିର୍ବାଚିତ ପ୍ରତିନିଧି ମାନେ ଆଗ୍ରହର ସହିତ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବ୍ଲକର ନାରଦପୁର ଏବଂ ନିଶ୍ଚିନ୍ତପୁର ପଂଚାୟତରେ ମଧ୍ୟ ‘ଆମ ଓଡିଶା ନବୀନ ଓଡିଶା’ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories