www.samajalive.in
Thursday, December 11, 2025
15.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ପରୀକ୍ଷା ଚାପମୁକ୍ତ କର୍ମଶାଳା

ବୌଦ୍ଧ : ପରୀକ୍ଷା ରୁତୁ ଆସିବା ପୂର୍ବରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍ କ୍ରସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଚାପମୁକ୍ତ ପରୀକ୍ଷା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି କ୍ଷ ଏଥିରେ ମୁଖ୍ୟ ଅତିଥି  ଭାବରେ ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପ କାରଣ ଓ ତାର ଲକ୍ଷଣ ଉପରେ ଆଲୋଚନା କରିଥିଲେ। ଜିଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ରୂପକ ମହାପାତ୍ର ନିଜର ବ୍ୟକ୍ତିଗତ ଜୀବନରେ କିପରି ଚାପ ଗ୍ରସ୍ତ ହୋଇ ତାର ମୁକାବିଲା କରିଛନ୍ତି , ସେ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ମୋବାଇଲ ଓ ଇଣ୍ଟରନେଟ୍ ଯୋଗୁଁ କିପରି ଛାତ୍ରଛାତ୍ରୀମାନେ କିପରି ଚାପଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇବା ସହ ନିଜର କ୍ଷତି ସାଧନ କରୁଛନ୍ତି ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ତାଲିମ ଦାତା ଭାବରେ ମାନସିକ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା କଳ୍ପନା ସାହୁ ଏବଂ ଉତ୍ତମ କୁମାର ପ୍ରଧାନ ମଣିଷର ସମସ୍ତ ପ୍ରକାର ମାନସିକ ଚାପର ସମସ୍ତ କାରଣ, ଲକ୍ଷଣ ଏବଂ ତାର ନିରାକରଣ ଉପାୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଘଟିଥିବା ମାନସିକ ଚାପ ଘଟଣାବଳି ବର୍ଣ୍ଣନା କରିଥିଲେ। ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ ଏଥିରେ ସଭାପତିତ୍ୱ କରି କର୍ମଶାଳାକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀମାନଙ୍କୁ କୌଣସି ନକ୍ଷକାରାତ୍ମକ କାର୍ଯ୍ୟ ନକରିବାକୁ ପରାମର୍ଶ ଦେବାସହ ଅଯଥାରେ ଚାପ ଗ୍ରସ୍ତ ନହେବାକୁ ଉପଦେଶ ଦେଇଥିଲେ ଏବଂ ଏପରି କାର୍ଯ୍ୟକ୍ରମ ପାଇଁ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଶେଷରେ ସଂଯୋଜିକା ଶୈଳବାଳା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories