www.samajalive.in
Monday, December 8, 2025
13.1 C
Bhubaneswar

‘ଭିନ୍ନ ଏକ ଦେବଦାସୀ’ ନାଟକ ପରିବେଷିତ

ଫୁଲବାଣୀ : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ଓ ନାଟକ ଏକାଡେମୀ ଓ ଜିଲା ପ୍ରଶାସନ ସହାୟତାରେ କନ୍ଧମାଳ ଜିଲାର ଅଗ୍ରଣୀ ନାଟ୍ୟ ସଂସ୍ଥା “ବନାନୀ କଳା ସଙ୍ଗମ” ତରଫରୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ଆଧ୍ୟାତ୍ମିକ ନାଟକ “ଭିନ୍ନ ଏକ ଦେବଦାସୀ” ପରିବେଷଣ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି , ନାଟକର ଲେଖକ ଲିଙ୍ଗରାଜ ନାହାକ, ବନାନୀର ସଭାପତି ଡ. ଅରୂପ ଜେନା, ସାଧାରଣ ସମ୍ପାଦକ ସୁନୀଲ ପଟନାୟକ, ପରିଚାଳକ ଅଶୋକ ପରିଡା, ସହ ପରିଚାଳକ ଜୟ ସେନ୍ ପରିଡା, ସହସମ୍ପାଦକ କ୍ଷିତିଶ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ କଥାବସ୍ତୁ ସମ୍ବଳିତ ଏହି ନାଟକଟି ‘ବନାନୀ’ର ବିଂଶତମ ଅବଦାନ। ଏହି ନାଟକକୁ ସହରବାସୀ, ନାଟ୍ୟ ପ୍ରେମୀ, ବନ୍ଧୁବର୍ଗଙ୍କ ସହ ଉପଭୋଗ କରିଥିଲେ।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories