କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ସ୍ଥାନିୟ ସର୍କିଟହାଉସ ଠାରେ ଦଳିୟ କର୍ମୀ ଓ ନେତାଙ୍କ ସହିତ ଦଳର ସଂଗଠନ ସଂପର୍କରେ ଆଲୋଚନା କରିଛନ୍ତି। ଦଳର ସଂଗଠନକୁ ତୃଣମୂଳସ୍ତରୁ ସୁଦୃଢ କରିବା ଓ ଦଳକୁ ଆଗକୁ ନେବା ପାଇଁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ପ୍ରତି ଗ୍ରାମକୁ ଯାଇ ଲୋକଙ୍କ ସହିତ ମିଶିବା ସହିତ ସମସ୍ତେ ଏକ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଏବଂ ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିବା ସହିତ ଜିଲ୍ଲାରେ ସରକାର କପା ମଣ୍ଡି ଖୋଲିବା ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ସୁଧିର କର୍ଣ୍ଣ, ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.