www.samajalive.in
Friday, December 12, 2025
19.1 C
Bhubaneswar

ଗୀତିକାର ରାଧାନାଥ ଦାସଙ୍କୁ ଶ୍ରୀ ଜଗନ୍ନାଥ ସମ୍ମାନ

ଆଠଗଡ଼: ପବିତ୍ର ମକର ସଂକ୍ରାନ୍ତି ଅବସରରେ କଟକ ଦୋଳମୁଣ୍ଡାଇସ୍ଥିତ ପତିତପାବନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଜନ ସମାରୋହ ଓ ସମ୍ମାନ ପ୍ରଦାନ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଆଠଗଡ଼ ମାଟିର ସନ୍ତାନ ରାଧାନାଥ ଦାସଙ୍କୁ ଶ୍ରୀ ଜଗନ୍ନାଥ ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ଦାସ ଦୀର୍ଘ ୪ଦଶନ୍ଧି ଧରି ସଂଗୀତ ସାଧନା କରି ତାଙ୍କ ଦ୍ୱାରା ରଚିତ ‘ଷାଠିଏ ପଉଟି ଭୋଗରୁ ତୁମର କାଢିତ ନେଇନି ହରି’, ‘ମନ ପାରାରେ ଶ୍ରୀକ୍ଷେତ୍ର ଯିବୁ ଉଡି ଉଡିକି’, ‘ଭକତ ବିଦୁର ଶାଗଭଜା ଦେଇ’, ‘କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରୀ’ ଏବଂ ‘ଭଜି ଭଜି ତୋ ନାମ ଚକାନୟନ’ ଭଳି ଲୋକପ୍ରିୟ ଭଜନ ଗୁଡିକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଭଜନ ସମ୍ରାଟ ଭିକାରୀ ବଳ ଓ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକଙ୍କ ସମେତ ଅନ୍ୟ ବହୁ କଣ୍ଠଶିଳ୍ପୀ ଗାଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ କଟକର ଉତ୍କଳ ସଂଗୀତ ପରିଷଦର ୩୨ତମ ବାର୍ଷିକ ଉତ୍ସବ ଅବସରରେ ମକର ସଂକ୍ରାନ୍ତି ସନ୍ଧ୍ୟାରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆୟକର ବିଭାଗର ଉପଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର ଯୋଗ ଦେଇ ରାଧାନାଥ ଦାସଙ୍କ ସମେତ ଅନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories