ରାଜଧାନୀରେ ଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଟାଗେର୍ଟରେ ବିଭିନ୍ନ ଆପାର୍ଟମେଣ୍ଟ ପରେ ଏବେ ମନ୍ଦିରରୁ ଲୁଟ୍‌‌ ଘଟଣା ସାମ୍ନାକୁ ଆସିଛି। ମଞ୍ଚେଶ୍ୱର ସ୍ଥିତ ଜାଗୁଳେଇ ଗ୍ରାମ ଦେବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଜିନିଷ ଲୁଟିଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଲୁଟ୍‌‌ ଘଟିଥିବା ବେଳେ ମା’ ପିନ୍ଧିଥିବା ଅଳଙ୍କାର ସହ ରୁପାର ଆଖି, ମୁକୁଟ ଓ ପିତ୍ତଳ ସାମଗ୍ରୀ ଲୁଟ୍‌‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.