www.samajalive.in
Monday, December 8, 2025
13.1 C
Bhubaneswar

ମକର ସଂକ୍ରାନ୍ତିରେ ପୂର୍ବ ଦିଗରେ ରଖନ୍ତୁ ଏହି ଜିନିଷ

ମକର ସଂକ୍ରାନ୍ତିକୁ ଅଳ୍ପ ଦିନ ବାକି। ଏହି ଦିନ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ଲାଭବାନ୍‌‌ ହୋଇଥାଆନ୍ତି। ସଂକ୍ରାନ୍ତି ଦିନ ପୂର୍ବ ଦିଗରେ ଏହି ଗୋଟିଏ ଜିନିଷ ରଖିବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ଆର୍ଥିକ କ୍ଷେତ୍ରରେ ବେଶ ଲାଭ ମିଳିଥାଏ।
ଜାନୁଆରୀ ୧୫ରେ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିବେ। ତେଣୁ ଏହି ଦିନକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ।
ଏହି ଦିନ ସୂର୍ଯ୍ୟଦେବତାଙ୍କ ଉପାସନା କରାଯାଏ। ଏହାସହ ଏହି ଦିନ ସ୍ନାନ ଓ ଦାନର ମଧ୍ୟ ମହତ୍ତ୍ୱ ରହିଛି।
ଜ୍ୟୋତିର୍ବିଦଙ୍କ ମତାନୁସାରେ ମକର ସଂକ୍ରାନ୍ତି ଦିନ ଘରର ପୂର୍ବ ଦିଗରେ ଏକ ବିଶେଷ ଜିନିଷ ରଖିବା ବେଶ ଶୁଭ ବୋଲି କୁହାଯାଏ।
କୁହାଯାଏ, ମକର ସଂକ୍ରାନ୍ତି ଦିନ ଘର ପୂର୍ବ ଦିଗରେ ପିତ୍ତଳରେ ତିଆରି ସୂର୍ଯ୍ୟଦେବତାଙ୍କ ଏକ ପ୍ରତୀକ କିମ୍ବା ପ୍ରତିମା ରଖନ୍ତୁ।
ସୂର୍ଯ୍ୟଦେବତାଙ୍କ ଏହି ପ୍ରତୀକ ତଳେ ୭ଟି ଘଣ୍ଟି ଥିବା ରଖିବା ମଧ୍ୟ ଶୁଭଙ୍କର। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଏହି ପ୍ରତୀକକୁ ଲଗାଇବା ସମୟରେ ଲାଲ ରଙ୍ଗର ସୂତା ପ୍ରୟୋଗ କରନ୍ତୁ। ଏହା ଘରର ଆର୍ଥିକ ସମସ୍ୟା ଦୂର କରିଥାଏ।
ଏହି ଦିନ ସ୍ନାନ କରିବା ପରେ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତୁ। ଏହି ସମୟରେ ମନ୍ତ୍ର ଜପ କରି ପାରିବେ।
ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ସିନ୍ଦୂର , ଲାଲ ଫୁଲ ରଖନ୍ତୁ। ଗାୟନ୍ତ୍ରୀ ମନ୍ତ୍ର ଜପ କରନ୍ତୁ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories