www.samajalive.in
Tuesday, December 9, 2025
17.1 C
Bhubaneswar

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଜାନୁଆରୀ ୨୨କୁ ଛୁଟି ଘୋଷଣା କଲେ ମରିସସ୍ ସରକାର

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିଲାଗି କେବଳ ଅଯୋଧ୍ୟା ନୁହେଁ , ସାରା ଦେଶ ଉତ୍ସବ ମୂଖରିତ ହୋଇଉଠିଛି। ଉତ୍ତର ପ୍ରଦେଶରେ ସରକାର ଛୁଟି ଘୋଷଣା କରିଛନ୍ତି । ତେବେ କେବଳ ଭାରତ ନୁହେଁ , ବିଦେଶରେ ମଧ୍ୟ ଏହି ଉତ୍ସବକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ମରିସସ୍ ସରକାର ଜାନୁଆରୀ ୨୨ ତାରିଖ ଦିନ ଛୁଟି ଘୋଷଣା କରିଛନ୍ତି। ଦେଶର ହିନ୍ଦୁ କର୍ମଚାରୀଙ୍କ ପାଇଁ ଏହି ଦିନ ୨ଘଣ୍ଟା ବିଶେଷ ଅବକାଶ ରଖିବା ନେଇ ସେ ଘୋଷଣା କରିଛନ୍ତି। ଯାହାଦ୍ୱାରା ସେମାନେ ରାମ ମନ୍ଦିର ଲୋକାର୍ପଣକୁ ଦେଖିପାରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁ ସଂଖ୍ୟାରେ ସାଧୁ ସନ୍ଥ ମଧ୍ୟ ଏଥିରେ ସାମିଲ ହେବେ । କିନ୍ତୁ କଂଗ୍ରେସର ବରିଷ୍ଠ ନେତୃତ୍ବ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories