www.samajalive.in
Sunday, December 14, 2025
14.1 C
Bhubaneswar

ଇଭିଏମ-ଭିଭିପାଟ୍‌ ନମୂନା ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ

ଡେସ୍କ: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ-ଭିଭିପାଟ୍ ନମୂନା ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏହାକୁ ଉଦଘାଟନ କରିଛନ୍ତି। ଏହି ନମୂନା ପ୍ରଦର୍ଶନ କେନ୍ଦ୍ରରେ ଅଧିକାରୀ, କର୍ମଚାରୀ, ଜନସାଧାରଣ, ଛାତ୍ରଛାତ୍ରୀ , ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଆଦି ଯୋଗ ଦେଇ ଇଭିଏମ ଏବଂ ଭିଭିପାଟ୍ ବିଷୟରେ ଜାଣିବା ସହିତ ଏଥିରେ କିଭଳି ଭୋଟ ଦାନ ହେଉଛି ତାହା ବୁଝିବା ସହ ମତଦାନ କରିଥିଲେ।

ଚଳିତ ଥର ନିର୍ବାଚନରେ ଜିଲ୍ଲାରୁ ୧୫୫୫୪୯୭ ଜଣ ଭୋଟ ଦେବେ। ଏଥିମଧ୍ୟରୁ ପ୍ରାୟ ୩୫୮୭୫ ଜଣ ହେଉଛନ୍ତି ନୂତନ ଭୋଟର, ଯେଉଁମାନେ କି ପ୍ରଥମଥର ପାଇଁ ଭୋଟ ଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ। ସମସ୍ତ ଲୋକଙ୍କୁ ଏକ ସମୟରେ ଭିଭିପାଟ୍ ଏବଂ ଇଭିଏମ ମେସିନ୍ ଉପରେ ତାଲିମ୍ ଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନମୂନା ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଥିଲା। ଏଥିରେ ଇଭିଏମ ଏବଂ ଏଥିରେ ଭୋଟ ଦେବାର ପ୍ରକ୍ରିୟା ସହ ଭିଭିପାଟର ଉପଯୋଗୀତା ଉପରେ ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories