www.samajalive.in
Monday, December 8, 2025
24.1 C
Bhubaneswar

ସୁଟିଂ ସେଟକୁ ଫେରିଲେ ପପୁ ପମ୍ ପମ୍

ଭୁବନେଶ୍ବର: ସୁଟିଂ ସେଟକୁ ଫେରିଲେ ଓଡ଼ିଶାର କମେଡି କିଙ୍ଗ ଭାବେ ସୁପରିଚିତ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶାରୀରିକ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଏହି ହାସ୍ୟ ଅଭିନେତା ଶେଷରେ ସୁସ୍ଥ ହୋଇ ଓଲିଉଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରାୟ ୮ମାସ ପରେ ସେ ସୁଟିଂଙ୍ଗ ସେଟକୁ ପ୍ରତ୍ୟାମର୍ତ୍ତନ କରିଛନ୍ତି। ଖବରଅନୁସାରେ ଅକ୍ଷୟ ପରିଜା ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଚିରକୁଟ୍’ର ସୁଟିଂଙ୍ଗ ସେଟରେ ନଜର ଆସିଛନ୍ତି ଏହି ହାସ୍ୟ କଳାକାର। ଏହି ଚଳଚ୍ଚିତ୍ରରେ କାହାଣୀ, ସଙ୍ଗୀତ ସହ ନିର୍ଦ୍ଦେଶନା ଦାୟିତ୍ୱ ବି ତୁଲାଇବେ ପପୁ ପମ୍ ପମ୍ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଏହି ଅପକମିଂ ସିନେମାର ପୁରା ଟିମ୍ ନଜର ଆସିଥିଲେ । ନୂଆ କଳାକାରଙ୍କୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଅଭିନେତା ପପୁ ପମ୍ ପମ୍ ।  ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମାଣ ହେବ ଏହି ଚଳଚ୍ଚିତ୍ର।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories