www.samajalive.in
Sunday, December 7, 2025
18.1 C
Bhubaneswar

କଳାହାଣ୍ଡିକୁ ମିଳିଛି ୫୭୦ କୋଟି ଅନୁଦାନ: ପାଣ୍ଡିଆନ

ଭବାନୀପାଟଣା: ଗତ ୭ ମାସ ମଧ୍ୟରେ କଳାହାଣ୍ଡିରୁ ପ୍ରାୟ ୨୦୦୦ ଦରଖାସ୍ତ ମିଳିଥିବା ବେଳେ ସେଥିମଧ୍ୟରୁ ୧୮୦୦ ଦରଖାସ୍ତ ମଞ୍ଜୁର ହେଇଛି। ବିଭିନ୍ନ କାରଣରୁ ପ୍ରାୟ ୨୦୦ ଦରଖାସ୍ତ ଅଟକି ରହିଛି। ଏହି ୭ ମାସ ମଧ୍ୟରେ କଳାହାଣ୍ଡିକୁ ପ୍ରାୟ ୫୭୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଇଛି ବୋଲି ଶୁକ୍ରବାର ଭବାନୀପାଟଣାସ୍ଥିତ ଶ୍ରୀକୃଷ୍ଣ ନଗରରେ ଆୟୋଜିତ ଏକ ସାଧାରଣ ସଭାରେ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପଣ୍ଡିଆନ କହିଛନ୍ତି। ଜିଲ୍ଲାର କଲେଜଗୁଡ଼ିକର ରୂପାନ୍ତରିକରଣ ପାଇଁ ୨୭ କୋଟି ଟଙ୍କା, ବେଲଖଣ୍ଡି ଶୈବପୀଠ ଏବଂ ମାଁ ଲଙ୍କେଶ୍ଵରୀ ମନ୍ଦିର ପାଇଁ ୨.୫୦ କୋଟି, ମାଁ ଭଣ୍ଡରଘରଣି ମନ୍ଦିର ପାଇଁ ୧.୦୯ କୋଟି, ବୁଢ଼ାରଜା ମନ୍ଦିର ପାଇଁ ୭୫ ଲକ୍ଷ , ଆଶା ସାଗର ର ଉନ୍ନତିକରଣ ପାଇଁ ୬.୪୦ କୋଟି, ପିପଲନାଲା ପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା, ବିଭିନ୍ନ ରାସ୍ତା ଘାଟ ପୋଲ ପାଇଁ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦିଆଯାଇଥିବା ଏହି ସଭାରେ ପାଣ୍ଡିଆନ କହିଥିଲେ। ତେବେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରୁ ଗୋଟିଏ ପ୍ରକଳ୍ପ ମଞ୍ଜୁର ହେବ ବୋଲି କହି ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚର ଉନ୍ନତିକରଣ ହେବ ବୋଲି ଆଶ୍ଵାସନା ଦେଇଥିଲେ ପଣ୍ଡିଆନ।

ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ଖୁବ୍ ଭଲ ପାଆନ୍ତି। ଏଣୁ କଳାହାଣ୍ଡିର ସାମଗ୍ରିକ ବିକାଶକୁ ସେ ପ୍ରାଧାନ୍ୟ ଦିଅନ୍ତି ବୋଲି ପାଣ୍ଡିଆନ କହିଥିଲେ। ସମଗ୍ର ରାଜ୍ୟରେ ଚାଷୀଙ୍କ ସର୍ବୋତ୍ତମ ରୂପାନ୍ତରୀକରଣ କଳାହାଣ୍ଡିରେ ହିଁ ହୋଇଛି ବୋଲି ସେ କହିଛନ୍ତି। ୨୦୦୨ ମସିହା ରେ କଳାହାଣ୍ଡିରେ କାମ କଲାବେଳେ ଗାଁଗୁଡ଼ିକର ଚିତ୍ରକୁ ସେ ମନେପକାଇ ଆଜି ର ରୂପାନ୍ତରିକରଣ ସହିତ ତୁଳନା କରିଥିଲେ। ସଭାରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳୀୟ ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାୟ, ସାଂସଦ ସୁଜିତ୍ କୁମାର, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ଭୂପିନ୍ଦର ସିଂ, ପ୍ରଦୀପ ଦିସାରୀ, ମୌଶଧି ବାଗ, ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ବହୁ ଦଳୀୟ ନେତୃବର୍ଗ ଯୋଗ ଦେଇଥିଲେ।

- Advertisement -

ସାଧାରଣ ସଭା ପୂର୍ବରୁ ସ୍ଥାନୀୟ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଖେଳ ପଡ଼ିଆରେ ପାଣ୍ଡିଆନ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ କଲେଜ୍ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇ ଜୀବନରେ ସଫଳ ହେବାକୁ ହେଲେ ଆତ୍ମ ବିଶ୍ୱାସ ଜରୁରୀ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ଆଗାମୀ ୫ ବର୍ଷ ୬ ସୁତ୍ରୀ ନିୟମ ପାଳନ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି କହିଥିଲେ ପାଣ୍ଡିଆନ। ଶରୀର ପାଇଁ ଦୈନିକ ଅଧଘଣ୍ଟା ସମୟ ଦେବା, ସୃଜନଶୀଳ ସୃଷ୍ଟି ପାଇଁ ମସ୍ତିସ୍କକୁ ସୁସ୍ଥ ରଖିବା, କଠିନ ପରିଶ୍ରମ କରିବା, ସାମାଜିକ ଗଣମାଧ୍ୟମରେ ଅଳ୍ପ ସମୟ ଦେଇ ଭଳକଥା ଶିଖିବା, ବାପା, ମାଆ ଓ ଗୁରୁଙ୍କୁ ସମ୍ମାନ ଦେବା ଆଦି ସଫଳତାର ମନ୍ତ୍ର ବୋଲି ପିଲାଙ୍କୁ ସେ କହିଥିଲେ।

ଅପରପକ୍ଷେ ବିଶ୍ଵ ବିଦ୍ୟାଳୟ ପଡ଼ିଆରୁ ସାଧାରଣ ସଭାକୁ ଯିବା ବେଳେ ମାଣିକେଶ୍ଵରୀ ହାଇସ୍କୁଲ ଛକରେ ବିଜେପି ଯୁବନେତା ଦୀପ ଜ୍ୟୋତି ମୁଣ୍ଡଙ୍କ ନେତୃତ୍ୱରେ ବିଜେପି ଯୁବନେତାମାନେ ପଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories