www.samajalive.in
Monday, December 8, 2025
24.1 C
Bhubaneswar

କେମିତି ଜାଣିବେ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଥିଲେ..

ଅନେକ ସମୟରେ ଘରେ କଳହ, ଅଶାନ୍ତି ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା, ଆର୍ଥିକ ସମସ୍ୟା ଲାଗି ରହୁଥିବା ଦେଖାଯାଏ। କାର୍ଯ୍ୟରେ ଅସଫଳତା ସହ ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଲାଗି ରହିଥାଏ। ତେବେ ଏଭଳି ସମସ୍ୟା ଲାଗି ରହିଲେ ଘରେ ନକରାତ୍ମକ ଶକ୍ତି ରହିଛି ବୋଲି କୁହାଯାଏ। ଜାଣନ୍ତୁ କେଉଁ ସଙ୍କେତ ଦେଇଥାଏ ଘରେ ନକରାତ୍ମକ ଶକ୍ତିର ପ୍ରଭାବ..
ଅଧିକାଂଶ ସମୟ ଯାଏଁ ଚିନ୍ତା ଲାଗି ରହିବା, ମାନସିକ ଅଶାନ୍ତି,ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହି ଖୁସି ଦୂରେଇ ଯାଉଥିଲେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ବୋଲି କୁହାଯାଏ।
ନିୟମିତ ଭାବେ ରାତିରେ ନିଦ ନହେବା, ଦୁଃସ୍ୱପ୍ନ ଦେଖିବା।
ଛୋଟ ଛୋଟ କଥାରେ ଘରେ କଳହ ହେବା, ପରସ୍ପର ମଧ୍ୟ ଯୁକ୍ତିତର୍କ, ବ୍ୟବହାରରେ ପରିବର୍ତ୍ତନ ସହ ପରସ୍ପର ମଧ୍ୟରେ ଭୁଲ୍‌‌ ବୁଝାମଣା ହେବା ନକରାତ୍ମକ ଶକ୍ତି ପ୍ରଭାବ ଥିବା କୁହାଯାଏ।
ବାରମ୍ବାର ଚମକି ପଡିବା, ସର୍ବଦା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବା, ଅଶାନ୍ତି ଲାଗି ରହିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଥିବା କୁହାଯାଏ।
କାର୍ଯ୍ୟରେ ଏକାଗ୍ରତା ନ ଆସିବା, ଅସଫଳତା ଲାଗି ରହିବା, ଚିଡ୍‌‌ଚିଡା ହେବା।
ଘରେ ଆର୍ଥିକ ସମସ୍ୟା ଲାଗି ରହିବା ସହ ଯେତେ ଚେଷ୍ଟା କଲେ ମଧ୍ୟ ଟଙ୍କା ସଞ୍ଚୟ ହୋଇ ନପାରିବା, ହାତକୁ ଆସିବାକୁ ଥିବା ଅର୍ଥ ନମିଳିବା, କରଜ ଲାଗି ରହିବା।
ଘରକୁ ସର୍ବଦା ସଫାସୁତୁରା ରଖିବା ସହ ନିୟମିତ ଘରେ ପୂଜାର୍ଚ୍ଚନା କରି ଦୀପ,ଧୂପ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories