www.samajalive.in
Friday, December 12, 2025
19.1 C
Bhubaneswar

ଭାଷା ସାହିତ୍ୟର ବିକାଶ ଦିଗରେ ‘ସାହିତ୍ୟ ସୃଜନୀ’ ଛାତ୍ର କ୍ଲବ୍‌, ଯୋଡ଼ିହେବେ ୭ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପାଳିବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଏହି ସମ୍ମିଳନୀ ଲକ୍ଷ ଲକ୍ଷ ଓଡ଼ିଆ ଭାଷାପ୍ରେମୀ ତଥା ଓଡ଼ିଆ ସାହିତ୍ୟାନୁରାଗୀଙ୍କୁ ଏକାଠି କରିବ। ସାରା ବିଶ୍ୱର କୋଣ ଅନୁକୋଣରୁ ଏକାଠି ହେବେ ଓଡ଼ିଆ ଭାଷାକୁ ଭଲ ପାଉଥିବା ବିଭିନ୍ନ ଗୋଷ୍ଠୀ ଆଉ ବିଭିନ୍ନ ବର୍ଗର ଲୋକେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ପ୍ରୟାସ। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢ଼ାଇବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ସାହିତ୍ୟ ସୃଜନୀ’ ଛାତ୍ରକ୍ଲବ୍‌ ଜରିଆରେ ପିଲାଙ୍କ ସୃଜନ ଶକ୍ତି ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହି ଅବସରରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ବିଦ୍ୟାଳୟର ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆସନ୍ତା ଜାନୁଆରୀ ୧୬ରୁ ୨୦ ତାରିଖ ମଧ୍ୟରେ ‘ସାହିତ୍ୟ ସୃଜନୀ’ ଛାତ୍ର କ୍ଲବ୍‌ ଜରିଆରେ ପ୍ରକାଶ କରିବାକୁ ଯାଉଛନ୍ତି ୭ ଲକ୍ଷ ସାହିତ୍ୟ ରଚନା । ‘ମୋ କଥା, ମୋ କାହାଣୀ’ ନାମରେ ଏହି କୃତି ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ଇତିହାସରେ ଯୋଡ଼ିବାକୁ ଯାଉଛି ସମ୍ପୂର୍ଣ୍ଣ ନୂଆ ଏକ ଅଧ୍ୟାୟ । ଏହି ୭ ଲକ୍ଷ କୁନି କୁନି ପିଲାଙ୍କ ଦ୍ୱାରା ପ୍ରକାଶିତ ସାହିତ୍ୟ କୃତିର ବିରଳ ରେକର୍ଡକୁ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲï ରେକର୍ଡ୍ସ’ରେ ମଧ୍ୟ ସ୍ଥାନିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

- Advertisement -

ତୃଣମୂଳ ସ୍ତରରେ ଏହି ଉଦ୍ୟମ ପିଲାଙ୍କ ଦକ୍ଷତା ବୃଦ୍ଧି ସହ ସୃଜନାତ୍ମକ ଚିନ୍ତାଧାରା ଏବଂ ସାହିତ୍ୟ ପ୍ରତି ଅନୁରାଗ ବୃଦ୍ଧିରେ ସହାୟକ ହେବ । ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଳୟମାନଙ୍କରେ ‘ସାହିତ୍ୟ ସୃଜନୀ’ର ୨୫ଟି ଅଧିବେଶନ ଜରିଆରେ ପାଠାଗାର, ପୁସ୍ତକ ସମୀକ୍ଷା, ପ୍ରାଚୀରପତ୍ର, କାହାଣୀ କଥନ, ଗଳ୍ପ ଲିଖନ, ଶବ୍ଦ କୁହୁକ, କବିତା ଆବୃତ୍ତି, ଭ୍ରମଣ କାହାଣୀ, କ୍ଷୁଦ୍ର ନାଟକ ଓ ଏକାଙ୍କିକା ତଥା ଏକକ ଅଭିନୟ ଭଳି ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ପିଲାଙ୍କୁ ପାରଙ୍ଗମ କରିବାକୁ ସ୍କୁଲ ସ୍ତରରେ ଉଦ୍ୟମ ଚାଲୁ ରହିଛି।

ଏଥିରେ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଶତପ୍ରତିଶତ ଛାତ୍ରଛାତ୍ରୀ ଖୁବ୍‌ ଉତ୍ସାହରେ ଅଂଶଗ୍ରହଣ କରିବା ପ୍ରମାଣିତ କରୁଛି ଯେ, ଆଜି ବି ପିଲାଙ୍କ ମଧ୍ୟରେ ନିଜ ଭାଷା ଓ ସାହିତ୍ୟ ପ୍ରତି ଭଲ ପାଇବାରେ କାଣିଚାଏ ବି ଊଣା ହୋଇନାହିଁ । ପିଲାଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିଛି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସକାରାତ୍ମକ ପ୍ରୋତ୍ସାହନ।

ସଚ୍ଚିଦାନନ୍ଦ ବେହେରା
ସୂଚନା ଅଧିକାରୀ

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories