ଭୁବନେଶ୍ବର : ଭାରତ ଯୋଡ ଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ। ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯାହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଗୁରୁବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ ହୋଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି। ତେବେ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଓଡିଶାରେ ୪ ଦିନ ରହିବେ । ଓଡିଶାର ୪ଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ଦେଇ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବ। ନେଇ ସୂଚନା ରହିଛି। ମୋଟ୍ ୬୬ ଦିନରେ କଂଗ୍ରେସ ନେତା ଓ କର୍ମୀମାନେ ୧୧୦ଟି ଜିଲ୍ଲା, ୧୫ଟି ରାଜ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି । ସାଧରଣ ଜନତା ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇପାରିବେ ।
Popular Categories



