www.samajalive.in
Tuesday, December 9, 2025
16.1 C
Bhubaneswar

ଖାଇବା ବାହାନାରେ ପ୍ରେମିକାକୁ ଡାକି ଛୁରୀ ଭୁସିଲା ପ୍ରେମିକ: ଆହତ ପ୍ରେମିକା ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ପଡିଲା ରକ୍ତର ଛିଟା। ପ୍ରେମରେ ପ୍ରତିଶୋଧ ପରାୟଣ ହୋଇ ଶେଷରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ମଝି ରାସ୍ତାରେ ଛୁରୀ ଭୁସିଲା । ଖାଇବା ବାହାନାରେ ପ୍ରେମିକାଙ୍କୁ ଡାକି ନେଇ ୧୦ରୁ ଅଧିକ ଥର ଛୁରୀ ଭୁଷିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ପ୍ରେମିକାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବୁଧବାର ଏଭଳି ବିଭତ୍ସ ଘଟଣା ଘଟିଛଇ ରାଜଧାନୀ ଉପକଣ୍ଠ ବରୁଣେଇ ଶିଳ୍ପାଞ୍ଚଳରେ।
ସୂଚନା ଅନୁସାରେ ଯାଜପୁର ଅଂଚଳର ଯୁବତୀ ଜଣଙ୍କ ଭୁବନେଶ୍ୱର ଯାଆଁଳାରେ ଥିବା ଏକ ଗାଡି ଶୋ ରୁମରେ ଚାକିରୀ କରୁଥିଲେ। ସେଠାରେ ଚାକିରୀ କରୁଥିବା ବେଳେ ଜଟଣୀ ବାଛେରା ଅଂଚଳର ଏସ୍‌‌.କେ କୁତୁବୁଦ୍ଦିନଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କୌଣସି କାରଣରୁ ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ପ୍ରେମିକ ଜଣଙ୍କ ଆଜି ଏଭଳି କାଣ୍ଡ ଘଟାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories