www.samajalive.in
Friday, December 12, 2025
23.1 C
Bhubaneswar

ଡଲାର ଦମ୍‌ରେ ଫୟାଜ୍‌ ସାମ୍ରାଜ୍ୟ

ଢେଙ୍କାନାଳ ସଦର : ଡଲାର ଦମ୍‌ରେ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆର ସାମ୍ରାଜ୍ୟ ଠିଆ କରାଇଛି ଫୟାଜ ରେହମାନ। ଆମେରିକାର କାଲିଫର୍ଣ୍ଣିଆରୁ ବର୍ଷକୁ ଫୟାଜକୁ ମିଳୁଥିଲା ବାର୍ଷିକ ୧୫ କୋଟି ଟଙ୍କାରୁ ଅଧିକ ଅନୁଦାନ। ଏହି ଅନୁଦାନ ଅର୍ଥରେ ଫୟାଜ ଚଳାଇଥିଲା ଓଡ଼ିଶା ସମେତ ଭାରତର କେତକେ ସ୍ଥାନରେ ଏକାଧିକ ଆଶ୍ରୟଗୃହ। ଆଶ୍ରୟ ଗୃହର ପରଦା ଆଢ଼ୁଆଳା​‌େ​‌ର ଚାଲୁଥିଲା ଯୌନ ବ୍ୟଭିଚାର। ଛୋଟଛୋଟ ପିଲାମାନଙ୍କୁ ଦିଆଯାଉଥିଲା ନିର୍ଯାତନା। କେବଳ ନିର୍ଯାତନା ଓ ବ୍ୟଭିଚାରରେ ସୀମିତ ନଥିଲା ଫୟାଜ। ଭିତିରିଆଭାବେ ଚଳାଇଥିଲା ଧର୍ମାନ୍ତରୀକରଣ। ଫୟାଜର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ୱେବ୍‌ସାଇଟ୍‌ରେ ସାଧାରଣରେ ପ୍ରଦର୍ଶିତ। ଏହି ସେଲଟର ହୋମ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ଏହା ଖୋଲା ଉଲ୍ଲେଖିତ ରହିଛି। ଏବେ ଫୟାଜର ଫିଟୁଛି ଗୁମର। ଧୀରେ ଧୀରେ ପଦାକୁ ଆସୁଛି କଳା କାରନାମାର କେଳେଙ୍କାରୀ। ଏହି ଆଶ୍ରୟସ୍ଥଳକୁ ରାଜ୍ୟ ସରକାର ବେଆଇନ ଦର୍ଶାଉଥିବାବେଳେ ଖୋଦ୍‌ ସରକାରଙ୍କ ଶିଶୁ ଓ ମହିଳା ବିକାଶ ୱେବ୍‌ସାଇଟ୍‌ରେ ଫୟାଜର ଓଡ଼ିଶାରେ ବେଲଟିକିରିସ୍ଥିତ ଆଶ୍ରୟଗୃହର ଯୌନ କେଳେଙ୍କାରୀର ଗୁମର ଫର୍ଦ୍ଦରେ ଯୋଡି ହୋଇଛି ଜମି ଜାଲିଆତିର ଅଭିଯୋଗ। ଜଣେ ଦଳିତ ହରିଜନ ବିଧବାଙ୍କଠାରୁ ସଂସ୍ଥା ଶାଗମାଛ ଦରରେ ଜାଲିଆତି କରି ଜମି କ୍ରୟ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିିଛନ୍ତି ବେଲଟିକିରି ଗାଁର ବିଭୂତି ଭୂଷଣ ପଣ୍ଡା। କୁଳମଣି ନାଏକଙ୍କ ପୁଅ ବାଇଧର ନାଏକଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ଡମୁଣୀ ନାଏକଙ୍କୁ ହାତ କରି ଆଶ୍ରୟ ଗୃହ ନିର୍ମାଣ ନାଁରେ ସୀମାଞ୍ଚଳ ନାଏକ ଜମି କିଣିନେଇଛନ୍ତି। ସେହି ଜମିରେ ଏବେ ଆଶ୍ରୟ ଗୃହ ନିର୍ମାଣ କରାଯାଇଛି। ଜମି କ୍ରୟ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ଥିବାରୁ ଅନୁସୂଚିତ ଜାତି ଦର୍ଶାଇ ସୀମାଞ୍ଚଳ ଜାଗା କ୍ରୟ କରିଥିବା ଅଭିଯୋଗ ହେଉଛି। ସୀମାଞ୍ଚଳ ଧର୍ମାନ୍ତରିକରଣ ହୋଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ସେ ଅନୁସୂଚିତ ଜାତିର ସୁବିଧାରୁ ବଞ୍ଚିତ ହେବା କଥା। ମାତ୍ର ସେ ଜାଲିଆତି କରି ଜମି କ୍ରୟ କରିଛନ୍ତି ଏବଂ ସେହି ଜମିରେ ସଂସ୍ଥା ଗୃହ ନିର୍ମାଣ କରି ଜାଲିଆତି ଉପାୟରେ ଦଳିତଙ୍କ ଜମି ହାତେଇ ନେବାପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଢେଙ୍କାନାଳ ସଦର ତହସିଲଦାର ଉଦୟନାଥ ମହାପାତ୍ର କୁହନ୍ତି, ବେଲଟିକିରି ଆଶ୍ରୟଗୃହ ସଂପର୍କରେ ଖୋଲତାଡ ହେବା ପରେ ଜମିର ସ୍ଥିତି ନେଇ ଯାଞ୍ଚ କରାଯିବ। ଯାଞ୍ଚ ପରେ ପ୍ରକୃତ କଥା ଜଣାପଡିବ ବୋଲି କହିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories