www.samajalive.in
Saturday, December 6, 2025
19.1 C
Bhubaneswar

ବିଲ୍‌କିସ୍‌ ବାନୋ ମାମଲା; ଦୋଷୀଙ୍କ ଦଣ୍ଡାଦେଶ ବାତିଲ ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ରଦ୍ଦ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ମାମଲାରେ ସୋମବାର ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାରେ ଦୋଷୀମାନଙ୍କ ଦଣ୍ଡାଦେଶ ବାତିଲ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଅଦାଲତଙ୍କ ଏହି ରାୟ ପରେ ଏବେ ପୁଣି ୧୧ ଜଣ ଦୋଷୀ ଜେଲ୍‌ ଯିବା ନେଇ ପଥ ପରିଷ୍କାର ହୋଇଛି। ଏଠାରେ ସୂଚନାଯୋଗ୍ୟ, ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ୨୦୨୨ରେ ଗୁଜରାଟ ସରକାର ମୁକ୍ତ କରିଥିଲେ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେଉଁଠାରେ ଅପରାଧୀଙ୍କ ବିରୋଧରେ ମୋକଦ୍ଦମା ଚାଲି ଦଣ୍ଡ ଶୁଣାଣି ହୋଇଥିଲା, ସେହି ରାଜ୍ୟ ଦୋଷୀଙ୍କ ଦଣ୍ଡ ବାତିଲ ନିଷ୍ପତ୍ତି ନେଇପାରିବେ। ସୁପ୍ରିମକୋର୍ଟ କହିଛନ୍ତି, ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡାଦେଶ ବାତିଲ ନିଷ୍ପତ୍ତି ନେଇପାରିବେ ନାହିଁ, ବରଂ ମହାରାଷ୍ଟ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ବିଲ୍‌କିସ୍ ବାନୋ ମାମଲାର ଶୁଣାଣି ହୋଇଥିଲା।

- Advertisement -

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିଷ୍ପତ୍ତି କ୍ଷମତାର ଅପବ୍ୟବହାର ଥିଲା। ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଜଣ ଦୋଷୀଙ୍କ ଦଣ୍ଡ ଗୁଜରାଟ ସରକାର ବାତିଲ କରିଥିଲେ। ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଏହା ଉପରେ ସୁପ୍ରିମକୋର୍ଟ ସୋମବାର ନିଜର ରାୟ ଶୁଣାଇଛନ୍ତି। ଜଷ୍ଟିସ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜ୍ଵଲ ଭୁଇୟାଁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅକ୍ଟୋବର ୧୨, ୨୦୨୩ରେ ରାୟ ସଂରକ୍ଷିତ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗା ସମୟରେ କିଛି ଦୁର୍ବୃତ୍ତ ବିଲ୍‌କିସ୍ ବାନୋଙ୍କ ଘରେ ପଶି ୭ ଜଣଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ବିଲ୍‌କିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ ଦୋଷୀମାନଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ୨୦୦୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହାକୁ ବମ୍ବେ ହାଇକୋର୍ଟ ମଧ୍ୟ ଅନୁମୋଦନ କରିଥିଲେ। ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀ ୧୫ ବର୍ଷ ଜେଲ୍‌ ଦଣ୍ଡ ଭୋଗି ସାରିଛନ୍ତି। ଏହାପରେ ଅପରାଧୀମାନେ ଦଣ୍ଡ କୋହଳ ପାଇଁ ଅନୁରୋଧ କରିଥିଲେ। ଗୁଜରାଟ ସରକାର ତାଙ୍କ କ୍ଷମା ନୀତି ଆଧାରରେ ଏହି ୧୧ ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories