www.samajalive.in
Friday, December 12, 2025
23.1 C
Bhubaneswar

ପିପିଲିରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ପିପିଲି: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌‌ଘାଟନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର କରିବାର ଲକ୍ଷ୍ୟନେଇ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶନିବାର ଠାରୁ ଗାଁ ରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ପିପିଲି ବିଡିଓ ସରୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଓ ପାଣିଦୋଳ ପଞ୍ଚାୟତରେ ଶନିବାର ଦିନ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ତେଇସିପୁର ସ୍ଥିତ ପ୍ରଭୁ ଶ୍ରୀସୋମନାଥ ଦେବ ବିନ୍ଧ୍ୟବାସିନୀଙ୍କ ମନ୍ଦିର ଠାରେ ବିଡିଓ ସରୋଜ କୁମାର ରାଉତ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସରପଞ୍ଚ ରଶ୍ମିତା ସେନାପତୀଙ୍କ ସମେତ ବହୁ ପୁରୁଷ ଓ ମହିଳାମାନେ ଏହି ରଥକୁ ଭବ୍ୟ ସ୍ୱାଗତ କରିବା ସହ ନଡିଆ ବାଡେଇ ଏହି ଅର୍ପଣ ରଥ ପରିକ୍ରମା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ତେଇସିପୁର ଗ୍ରାମ ସମେତ ଆଳିଶ, ବାଲିଗାଁ, ନୂଆଗୋଡି, ଆବଲପୁର ଓ ପୋଡଙ୍ଗ ଆଦି ଗ୍ରାମ ପରିକ୍ରମା କରିଥିଲା। ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟେକ ଗ୍ରାମରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଳ ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏଥିପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗଳିଗୁଆ ପ୍ରଦାନ କରାଯାଇଥିଲା। ପିପିଲି ବ୍ଲକରେ ମୋଟ୍‌‌ ୬ଟି ରଥ ପର୍ଯ୍ୟାୟକ୍ରମେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୨୫ଟି ପଞ୍ଚାୟତ ପରିକ୍ରମା କରିବ ଓ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗଳିଗୁଆ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories