www.samajalive.in
Wednesday, December 10, 2025
18.1 C
Bhubaneswar

ଆଡିଲେଡ୍‌ରେ ଗୁରୁବାରଠାରୁ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ : ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆଡିଲେଡ୍‌ରେ ଆରମ୍ଭ ହେଉଛି। ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ବିଜୟର ସ୍ବପ୍ନକୁ ସାକାର କରିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ବରେ  ଟିମ୍ ଇଣ୍ଡିଆ  ଆଡିଲେଡ୍‌ରେ ପାଦ ଦେଇଛି। ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ଖୁବ୍‌ ଭଲ ରନ୍‌ କରି ମନୋବଳ ବୃଦ୍ଧି କରିଛନ୍ତି। ଯାହାକି ଟେଷ୍ଟ୍‌ ଶୃଙ୍ଖଳାରେ ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍‌ନା କରିବା ପାଇଁ ଯଥେଷ୍ଟ ହେବ ବୋଲି କୁହାଯାଉଛି। ସେହିପରି  ଯଶ୍‌ପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଦ୍ରୁତ ବୋଲିଂ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଚକ୍‌ମା ଦେଇପାରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଭୁବନେଶ୍ବର କୁମାରଙ୍କ ସୁଇଂ, ଉମେଶ ଯାଦବଙ୍କ ସ୍ଲୋ ପେସ୍‌, ଈଶାନ୍ତ ଶର୍ମାଙ୍କ ଅତିରିକ୍ତ ବାଉନ୍‌ସ, ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ୟର୍କର ଏବଂ ମହମ୍ମଦ ସାମିଙ୍କ ଗତି ଅଷ୍ଟ୍ରେଲିଆରେ ଏଥର ଶୃଙ୍ଖଳା ଜିତିବାରେ ଫରକ୍‌ ଆଣିବ ବୋଲି କୋହଲି କହିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ବ୍ୟକ୍ତିଗତ ଫର୍ମ, ଚେତେଶ୍ବର ପୂଜାରାଙ୍କ ଲମ୍ବା ପାଳି ଖେଳିବାର ସାମର୍ଥ୍ୟ, ମୁରଲୀ ବିଜୟଙ୍କ ଧୈର୍ଯ୍ୟ, ପାର୍ଥିବ ପଟେଲଙ୍କ ଭରସାଯୋଗ୍ୟ ଅବଦାନ, ଆଜିଙ୍କ୍ୟ ରହାଣେଙ୍କ ସାମର୍ଥ୍ୟ ସାଙ୍ଗକୁ ଯୁବ ଖେଳାଳିଙ୍କ ଉତ୍ସାହ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ଉଚିତ ଜବାବ ଦେଇପାରିବ ବୋଲି ଆଶା କରାଯାଉଛି।

ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା

- Advertisement -

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬ ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୫ ଓ ଅଷ୍ଟ୍ରେଲିଆ ୧୧ଟି  ଶୃଙ୍ଖଳା ଆୟୋଜନ କରିଛନ୍ତି। ଏହି ୨୬ ଶୃଙ୍ଖଳା ମଧ୍ୟରୁ ଭାରତ ୯ଟିରେ ଜିତିଥିଲା ବେଳେ ଅଷ୍ଟ୍ରେଲିଆ ୧୨ଟିରେ ଜିତିଛି ଏବଂ ଅବଶିଷ୍ଟ ୫ ଶୃଙ୍ଖଳା ଅମୀମାଂସିତ ରହିଛି। ତେବେ ଭାରତ ସମସ୍ତ ୯ ଶୃଙ୍ଖଳା ଘରୋଇ ମାଟିରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଭାରତରେ ୪ ଓ ନିଜ ଘରୋଇ ମାଟିରେ ୮ ଶୃଙ୍ଖଳା ଜିତିଛି। ଏହି ଦୃଷ୍ଟିରୁ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ନିଶ୍ଚିତ ପୂର୍ବ ବିଫଳତା ଏଡାଇବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି।

ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ଇତିହାସ

ଭାରତ ଓ ଅଷ୍ଟ୍ରେଲିଆର ଟେଷ୍ଟ ଇତିହାସ ୭୦ ବର୍ଷରୁ ଅଧିକ ପୁରୁଣା ।  ଏହି ସମୟ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହ ଖେଳିଛନ୍ତି ମୋଟ ୯୪ଟି ଟେଷ୍ଟ ମ୍ୟାଚ।  ସେଥି ମଧ୍ୟରୁ  ଭାରତ ୨୬ଟି ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୪୧ଟି ଜିତିଛି ଏବଂ ଅବଶିଷ୍ଟ ୨୭ ଟେଷ୍ଟ ମ୍ୟାଚ ଅମୀମାଂସିତ ରହିଛି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ଭାରତ ମାତ୍ର ୫ ଟେଷ୍ଟ ମ୍ୟାଚ ଜିତିଥିଲା ବେଳେ ଘରୋଇ ଦଳ ଜିତିଛି ୨୮ ଏବଂ ୧୧ ଟେଷ୍ଟ ମ୍ୟାଚ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ ଭାରତ କିନ୍ତୁ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକ ସଫଳତା ପାଇଛି। ଭାରତରେ ଅଷ୍ଟ୍ରେଲିଆ ସହ ମୋଟ ୫୦ ଟେଷ୍ଟ ମ୍ୟାଚ ଖେଳିଥିଲା ବେଳେ ଘରୋଇ ଦଳ ୨୧ ଜିତିଛି। ଅଷ୍ଟ୍ରେଲିଆ ୧୩ ଜିତିଥିଲା ବେଳେ ଅବଶିଷ୍ଟ ୧୬ ଅମୀମାଂସିତ ରହିଛି।

ଶେଷ ଥର ପାଇଁ ଭାରତ  ୨୦୧୪-୧୫ରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ୦-୨ରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ହାରିଥିଲା। ତେବେ ଶେଷ ଦୁଇଟି ଟେଷ୍ଟ ମ୍ୟାଚକୁ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories