www.samajalive.in
Tuesday, December 9, 2025
17.1 C
Bhubaneswar

ଆଉ ଦୁଇ ଦିନ ରିମାଣ୍ଡରେ ଫାୟାଜ୍‌ ରେହମାନ୍‌

ଢେଙ୍କାନାଳ : ଢେଙ୍କାନାଳ ସେଲ୍ଟର ହୋମ୍ଯୌନ ବ୍ୟଭିଚାର ମାମଲାରେଗୁଡ଼ ନ୍ୟୁଜ୍ଇଣ୍ଡିଆ ଡ୍ରିମ୍ ସେଣ୍ଟର ମୁଖ୍ୟ ଫାୟାଜ୍ରେହମାନ୍ଙ୍କୁ ପୁଲିସ୍ଆଉ ଦୁଇ ଦିନ ରିମାଣ୍ଡରେ ନେଇଛି ରେହମାନଙ୍କୁ ପୂର୍ବରୁ ସଦର ଥାନା ପୁଲିସ୍ ଦିନିଆ ରିମାଣ୍ଡରେ ନେଇଥିଲା ଏହି ରମାଣ୍ଡ ଅବଧି ବୁଧବାର ଶେଷ ହେବା ପରେ ପୁଲିସ୍ଅଧିକ ପଚରାଉଚରା ପାଇଁ ଆଉ ଦିନ ରମାଣ୍ଡରେ ନେଇଛି ସ୍ୱତନ୍ତ୍ର ପକ୍ସୋ ଅଦାଲତ ରିମାଣ୍ଡ ଅନୁମତି ଦେଇଛନ୍ତି

ସେଲ୍ଟର୍ହୋମ୍ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଛି। ଅନ୍ତେବାସିନୀଙ୍କୁ କେବଳ ଅସଦାଚରଣ ନୁହେଁ, ସେମାନଙ୍କ ଧର୍ମ ପରିବର୍ତନ ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଅନୁଷ୍ଠାନର ଅଧ୍ୟକ୍ଷ ହମାନ୍ ତାଙ୍କର ଦୁଇ ସହଯୋଗୀ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା

- Advertisement -

ଅନୁଷ୍ଠାନକୁ ବିଦେଶୀମାନେ କାହିଁକି ଆସୁଥିଲେ, ଛାତ୍ରୀମାନଙ୍କୁ ଏଠାରେ କିପରି ରଖାଯାଉଥିଲା, କାହା ନିର୍ଦ୍ଦେଶରେ ଧର୍ମ ପରିବର୍ତନ ପାଇଁ ଉଦ୍ୟମ କରାଯାଉଥିଲା, ଅସଦାଚରଣରେ ଆଉ କେଉଁମାନେ ˚ପୃକ୍ତ, କେତେକ ନାବାଳିକା ଛାତ୍ରୀ ପ୍ରାପ୍ତବୟସ୍କା ହେବା ପରେ ସେମାନଙ୍କୁ ବାହାରକୁ ପଠାଯିବାର କାରଣ , ଏବେ ସେମାନେ କେଉଁଠି ଅଛନ୍ତି, କରୁଛନ୍ତି, କେତେକ ପ୍ରାପ୍ତବୟସ୍କ ଛାତ୍ରୀଙ୍କୁ ଜବରଦସ୍ତ କାହିଁକି ଅନୁଷ୍ଠାନରୁ ବିଦା କରାଯାଇଛି ଆଦି ପ୍ରଶ୍ନର ଉତ୍ତର ପାଇବାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନୁଷ୍ଠାନର ୧୧ ଜଣ ଝିଅଙ୍କୁ ରାଜ୍ୟ ବାହାରକୁ ପଠାଇ ଦିଆଯାଇଥିବା ଏସ୍ପି ସନ୍ତୋ ନାୟକ ସୂଚନା ଦେଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ପୁଲିସ୍ ୩ଟି ଦଳ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି ଏସ୍ପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories