କଟକରେ ବର୍ଜ୍ୟଜଳ ବିଶୋଧାନାଗାରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ . – କଟକରେ ସମନ୍ୱିତ ପରିମଳ ଉନ୍ନତି କରଣ ପ୍ରକଳ୍ପ ଅଧିନରେ ନିର୍ମିତ ବର୍ଜ୍ୟଜଳ ବିଶୋଧାନାଗାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପ୍ରତିଦିନ ଏଥିରେ ୩କୋଟି ୬୦ ଲକ୍ଷ ଲିଟର ଜଳ ବିଶୋଧିତ ହୋଇପାରିବ । ସେହିପରି ପୁଲିସ କଲୋନୀଠାରେ ମୁଖ୍ୟମନ୍ତ୍ରୀ ଏକ ପମ୍ପିଙ୍ଗ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଜାପାନ ସହାୟତାରେ ଜାଇକା ପ୍ରକଳ୍ପ ଅଧିନରେ ଏହି ସବୁ କାର୍ଯ୍ୟକାରୀ ହୋଇଛି ।
କଟକର ନରାଜ ନିକଟରେ ମୁଖ୍ୟମନ୍ତ୍ରୀ ଊର୍ଦ୍ଧୁ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଛନ୍ତି ।