ଅତିରିକ୍ତ ଶ୍ରେଣୀ ଗୃହ ସଂପୂର୍ଣ୍ଣକରଣ ଦାବିରେ ତାଲା ବନ୍ଦ ସହ ଧାରଣା

ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ସଂପୂର୍ଣ୍ଣକରଣ ଦାବିରେ ପୁରାତନ ଛାତ୍ର ସଂଘ ପକ୍ଷରୁ ସ୍କୁଲ ମୁଖ୍ୟ ଗେଟକୁ ତାଲା ଦେଇ ଧାରଣା ଦେଇଥିବା ସୂଚନା ମିଳିଛି । ପ୍ରକାଶ ଯେ ଦୀର୍ଘ ଦିନ ହେବ ଜାମୁଟ ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ବ୍ଳକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଧ୍ୟାନ ଦେଉ ନଥିବାରୁ ବାଧ୍ୟ ହୋଇ ପୁରାତନ ଛାତ୍ର ସଂଘ ପକ୍ଷରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଇ ଧାରଣା ଦେଇଥିବା ସୂଚନା ମିଳିଛି ।

Comments are closed.