www.samajalive.in
Wednesday, December 10, 2025
26.1 C
Bhubaneswar

ସାକ୍ଷୀଗୋପାଳ କଲେଜର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପନୀ ସମାରୋହ

ସାକ୍ଷୀଗୋପାଳ: ସ୍ଥାନୀୟ  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ  ଚାଲିଥିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ନୂଆ- ଓ କାର୍ଯ୍ୟକ୍ରମର ଆଜି ଉଦଯାପିତ ହୋଇଯାଇଛି। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ପ୍ରଦୀପ ପ୍ରଜ୍ୱଳନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସତ୍ୟବାଦୀର ବିଧାୟକ  ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବ ବେଳେ ସତ୍ୟବାଦୀ ପଂଚାୟତ ସମିତିର ସଭାପତି  ସୁନୀଲ କୁମାର ପଣ୍ଡା, ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସତ୍ୟବାଦୀର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଲିପ୍ସା ରାୟ,  ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ରାଜକିଶୋର ପତି ପ୍ରମୁଖ ଯୋଗଦେଇଥିଲେ।  ଅଧ୍ୟକ୍ଷ  ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଦୀର୍ଘଦିନ ଧରି  ଚାଲିଥିବା ବିଭିନ୍ନ  କ୍ରୀଡ଼ା ପ୍ରତିଯୋଗିତା , ସାଂସ୍କୃତିକ ପ୍ରତିଯୋଗିତା ତଥା ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଆୟୋଜିତ ଏହି ନୂଆ-ଓ କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ। ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ କେବଳ ଶିକ୍ଷାରେ ସୀମିତ ନରହି ତାଙ୍କ ନିକଟରେ ଥିବା ଅନ୍ତର୍ନିହିତ ଗୁଣର ପ୍ରଦର୍ଶନ କରି ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାଲାଭ କରିପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ପାଇଁ ବିଧାୟକ ପାଣ୍ଠିରୁ ୨୦ଲକ୍ଷ ତାଙ୍କ ମଞ୍ଜୁର କରିବା ପାଇଁ   ବିଧାୟକ ଶ୍ରୀ ସାମନ୍ତରାୟ ପ୍ରତିଶ୍ରୁତି ଦେଇଥିଲେ । ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ନୋଡାଲ ଅଫିସର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ ଏବଂ ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଫେସର ଧନୁର୍ଦ୍ଧର ମୁଦୁଲି  କାର୍ଯ୍ୟକ୍ରମଗୁଡିକୁ  ତଦାରଖ କରିଥିଲେ। ସଂସ୍କୃତ ବିଭାଗର ମୁଖ୍ୟ  ପ୍ରଫେସର ସୁଜାତା ମହାପାତ୍ର ସଭାରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଯୁକ୍ତ ତିନି ବିଭାଗର  ନୋଡାଲ ଅଫିସର ପ୍ରଫେସର ତ୍ରିପାଠୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନୂଆ-ଓ କାର୍ଯ୍ୟକ୍ରମର   ବିବରଣୀ  ପାଠ କରିଥିଲେ। ପୁରସ୍କାର ବିତରଣୀରେ ଅଧ୍ୟାପକ ବିଶ୍ୱନାଥ ଚୁହାଣ, ଅମରନାଥ ପାଲ, ସାର୍ଥକ ମିଶ୍ର ତଥା ମନୋଜ ମହାକୁଡ଼ ସହଯୋଗ କରିଥିଲେ। ନୋଡାଲ ଅଫିସର ପ୍ରଫେସର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।ଫଟୋ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories