www.samajalive.in
Saturday, December 6, 2025
16.1 C
Bhubaneswar

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଅଟଳ ଉତ୍ସବ ପାଳିତ

କଲମପୁର : ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “ଅଟଳ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ’ଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିବା ସହିତ ସ୍ଥାନୀୟ କବିମାନଙ୍କ ଦ୍ଵାରା କବିତା ପାଠ ଆୟୋଜିତ ହୋଇଥିଲା। କବି ମାନେ ସ୍ଵରଚିତ କବିତା ତଥା ଅଟଳ ବିହାରୀ ବାଜପେୟୀଙ୍କ କବିତା ପାଠ କରିଥିଲେ। ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ପ୍ରବୀଣ ବକ୍ତା, ବିଶିଷ୍ଟ କବି, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଉତ୍ସବରେ ବନଶ୍ରୀ ଦାଶ, ତ୍ରିନାଥ କୁମାର, ପ୍ରାଣ କିଶୋର ପଣ୍ଡା, ଡିଲେଶ୍ଵର ରଣା, କିଶୋର ମହାନନ୍ଦ, କୈଶବ ବିହାରୀ, ଯୁଗଳ କିଶୋର ସାହୁ, ସାଗର ବଇଠାରୁ, ମନୋଜ ଅଧିକାରୀ, ତିଲକ୍ ରାମ ନିଆଲ, କିଷାନ ଶର୍ମା ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରତାପ ଚନ୍ଦ୍ର ପଣ୍ଡା କବିତା ପାଠ ପରିଚାଳନା କରିଥିଲେ। ଶେଷରେ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ ଅଟଳ ବିହାରୀ ବାଜପେୟୀ ତାଙ୍କ ଆଦର୍ଶ ବୋଲି କହିବା ସହିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories