www.samajalive.in
Saturday, December 13, 2025
26.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକରେ ନୂଆ-ଓ ନବୀନ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡ଼ା ଉତ୍ସବ ଉଦଯାପିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଆଜି ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ କ୍ରୀଡ଼ା ଉତ୍ସବ ଉଜ୍ଜାପିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡ଼ିଓ ଶସାଙ୍କ ପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇଥିଲେ । ଏଥିରେ ଫୁଟବଲ, କ୍ରିକେଟ, କବାଡ଼ି ଓ ଖୋକୋ  ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା । ଏଥିରେ ଅନ୍ୟତମ ଅତିଥିଭାବେ ଲାଞ୍ଜିଗଡ଼ ଅଧକ୍ଷା କମଳା ପାତ୍ର, ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍ ଯୋଗଦେଇଥିବାବେଳେ ସମିତି ସଭ୍ୟ ଜଗଦିଶ ବେନିଆଁ, ମନୋହର ହରପାଳ, ଅଜିତ ପ୍ରଧାନୀ,ସରପଞ୍ଚ ମମତା ଶବର, ଲକ୍ଷ୍ମଣ ମାଝୀ, ସୁଷମା ମାଝୀ, ସାନ୍ଦ୍ରୁ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ଟଙ୍କଧର ମାଝୀ ପ୍ରମୁଖ ମଞ୍ଚାସିନ ଭାବେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ।
ଏଥିରେ ଗୋପାଳଦାସ ମହାନନ୍ଦ ଓ ବେଣୁଧର ବାଗ ମଞ୍ଚପରିଚାଳନା କରିଥିବାବେଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର,ପୀତବାସ ସାହୁ, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ୱାଳ, ଲିଙ୍ଗରାଜ ସ୍ୱାଇଁ,ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିଆର ସିଂ, ଗ୍ରାମପଞ୍ଚାୟତ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ସମେତ ଅନ୍ୟ କର୍ମଚାରୀ ବିଶେଷ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories