ଜାରି ରହିଛି ଶୀତ ; ୧୦ ଡିଗ୍ରୀ ତଳେ ୧୦ ସହର
୨୪ ଘଣ୍ଟାରେ କମିବ ଶୀତ!
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୫.୮ ଡିଗ୍ରୀ ସହ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଫୁଲବାଣୀ ୭, କିରେଇ ୭.୭, ସିମିଳିଗୁଡା ଓ ଦାରିଙ୍ଗବାଡି ୮, କେନ୍ଦୁଝର ୮.୮, ସୁନ୍ଦରଗଡ ୮.୯, ଅନୁଗୁଳ ଓ ନବରଙ୍ଗପୁର ୯, ଭବାନୀପାଟଣା ୯.୫, କଟକ ୧୪.୪ ଓ ଭୁବନେଶ୍ୱର ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଥିବାବେଳେ , ଆଗାମୀ #୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ରେ ଆହୁରି #୨ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ | pic.twitter.com/cEOUdviclv
— Meteorological Centre, Bhubaneswar (@mcbbsr) December 23, 2023
ଏହାସହ ରାଜ୍ୟରେ ୨୪ ଘଣ୍ଟାରେ ରାତି ତାପମାତ୍ରା ଆହୁରି ବଢିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Comments are closed.