www.samajalive.in
Sunday, December 14, 2025
14.1 C
Bhubaneswar

ଡିସେମ୍ବର ୩ରୁ ଗୋଟିଏ ହେଲେ କରୋନା ମାମଲା ଆସିନି: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: କେରଳରେ କରୋନାର ନୂଆ ପ୍ରଜାତି ଜେଏନ.୧ ବ୍ୟାପୁଥିବା ବେଳେ ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ରାଜ୍ୟରେ ଏହି ନୂଆ ପ୍ରଜାତି କରୋନା ଭୂତାଣୁ ଏଯାବତ୍‌ ଚିହ୍ନଟ ହୋଇନାହିଁ ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି ନୂଆ ଭାରିଏଣ୍ଟ ଜେଏନ.୧ ବ୍ୟାପୁଥିଲେ ହେଁ ସାଙ୍ଘାତିକ ହେଉନାହିଁ।

ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ, ଜ୍ବର ରହୁଛି। ରାଜ୍ୟରେ ଡିସେମ୍ବର ୩ରୁ କରୋନାର ଗୋଟିଏ ହେଲେ ମାମଲା ଚିହ୍ନଟ ହୋଇନାହିଁ। ନୂଆ ମାମଲା ଆସି ନଥିଲେ ମଧ୍ୟ କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଯେଉଁ ପରାମର୍ଶ ରହିଛି ତାକୁ ନଜରରେ ରଖାଯାଇଛି। ଆଗକୁ କରୋନା ଚିହ୍ନଟ ମାମଲା ବଢିବାର ସମ୍ଭାବନା ରହିଛି। ଏଣୁ ସର୍ଭେଲାନ୍ସ ଓ ପରୀକ୍ଷା ବଢାଇବାକୁ ପଡିବ। ଫିଭର୍ କ୍ଲିନିକ୍ ଚଲାଇବାକୁ ଜିଲା ଚିକିତ୍ସାଳୟଗୁଡିକୁ ନିର୍ଦେଶ ଦିଆଯାଇଛି। ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ନିର୍ଦେଶ ରହିଛି। ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, କାଶ, ଜ୍ବର ହେଲେ ଗହଳି ସ୍ଥାନକୁ ଯିବା ଅନୁଚିତ। ବୟସ୍କ ଓ ଜଟିଳ ରୋଗରେ ଆକ୍ରାନ୍ତ ଲୋ‌େ‌କ ମାସ୍କ ବ୍ୟବହାର କରିବା ଆବଶ୍ୟକ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories