www.samajalive.in
Monday, December 8, 2025
13.1 C
Bhubaneswar

ଏହି କପ୍‌‌ରେ ଚା’ ପିଉଥିଲେ ; ସାବଧାନ..

ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। ବିଶେଷ କରି କାର୍ଯ୍ୟାଳୟରେ କାମ କରିବା ସମୟରେ ୨ ରୁ ୩ ଥର ଚା’ ପିଇଥାଆନ୍ତି। ସେଭଳି ଅନେକ ସ୍ଥାନରେ ଦୋକାନ ମାନଙ୍କରେ ପେପର କପ୍‌‌ରେ ଚା’ ପିଇ ଥାଆନ୍ତି। ବାରମ୍ବାର ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଯେତେ କ୍ଷତିକାରକ,ପେପର କପ୍‌‌ରେ ଚା’ ପିଇବା ଦ୍ୱାରା ମଧ୍ୟ ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ। କାଗଜ, (ପେପର), ପ୍ଲାଷ୍ଟିକ୍‌‌ କପ୍‌‌ରେ ଚା’ ପିଇ ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। କାଗଜରେ ତିଆରି କପରେ ଚା’ ପିଉଥିଲେ ଜାଣନ୍ତୁ..
ଏହି କପକୁ ତିଆରି କରିବା ପାଇଁ ବିଭିନ୍ନ ଜିନିଷ ସହ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ। ଏହି କ୍ଷତିକାରକ କେମିକାଲ ଶରୀରରେ ହେଉଥିବା ଅନେକ ପ୍ରକ୍ରିୟା ଉପରେ କୁପ୍ରଭାବ ପକାଇବା ସହ ପ୍ରଭାବିତ କରିଥାଏ। ଫଳରେ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।
ଏହି କପ୍‌‌ରେ ଚା’ ପିଇବା ଦ୍ୱାରା ଅନେକ ସଂକ୍ରାମକ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ।
ଏହି କପ୍‌‌ ତିଆରି ପାଇଁ ବ୍ୟବହୃତ ହେଉଥିବା କେମିକାଲ ମାନସିକ ସ୍ୱାସ୍ଥ୍ୟ ସହ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ।
ଏହି କପ୍‌‌ରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡିଟି ବୃଦ୍ଧି ହୋଇଥାଏ।
ଏହା ହରମୋନ୍‌‌କୁ ମଧ୍ୟ ପ୍ରଭାବିତ କରିଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories