www.samajalive.in
Monday, December 8, 2025
24.1 C
Bhubaneswar

 ଭାରତରେ ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା

ସେନ୍‌ସେକ୍ସ ଖସିଲା ୯୩୧ ପଏଣ୍ଟ

 

- Advertisement -

ନୂଆଦିଲ୍ଲୀ/ମୁମ୍ବଇ : ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୩୧ ପଏଣ୍ଟ ହ୍ରାସପାଇଛି। ଏହାଦ୍ବାରା ନିବେଶକମାନେ ୯.୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଗତ କିଛିଦିନ ଧରି ଭାରତୀୟ ଷ୍ଟକ ବଜାରରେ କାରବାର ନୂତନ ଶିଖର ଛୁଇଁଥିବାବେଳେ ବୁଧବାର କାରବାର ସମୟର କିଛିଘଣ୍ଟା ମଧ୍ୟରେ ଏଥିରେ ହ୍ରାସ ଘଟିଥିଲା। ବିଏସ୍‌ଇ ୩୦ ସେନ୍‌ସେକ୍ସ ୯୩୦.୮୮ ପଏଣ୍ଟ ହ୍ରାସପାଇ ୭୦,୫୦୬.୩୧ ପଏଣ୍ଟରେବନ୍ଦ ହୋଇଥିଲା। ଏହାଦ୍ବାରା ନିବେଶକମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ଅନୁରୂପ ଭାବରେ ନିଫ୍‌ଟି ୫୦ ମଧ୍ୟ ୩୦୨.୯୫ ପଏଣ୍ଟ ହ୍ରାସପାଇ ୨୧,୧୫୦.୧୫ ପଏଣ୍ଟରେ ପହଞ୍ଚିଥିଲା। ବୁଧବାର ପ୍ରାୟ ୨୮ଟି ଷ୍ଟକ ମୂଲ୍ୟ ୫୨ ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଥିବା ଜଣାଯାଇଛି। ପ୍ରାୟ ସମସ୍ତ କ୍ଷେତ୍ରର ଷ୍ଟକ ମୂଲ୍ୟରେ ବୁଧବାର ହ୍ରାସ ଦେଖିବାକୁ ମିଳିଥିଲା। ଯାନବାହନ, କ୍ୟାପିଟାଲ ଗୁଡ୍‌ସ୍‌, ଧାତୁ, ଫାର୍ମା, ତୈଳ ଓ ଗ୍ୟାସ୍‌, ଶକ୍ତି ଏବଂ ରିଅଲଟି ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟ ୨ରୁ ୪ ପ୍ରତିଶତ ହ୍ରାସ ଘଟିଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories