www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡ ବ୍ଲକ ଓ ବିଞାପିତ ଅଞ୍ଚଳ ପରିଷଦସ୍ତରୀୟ କ୍ରୀଡା

ଆଠଗଡ: ଆଠଗଡ ବ୍ଲକ ଓ ବିଞାପିତ ଅଞ୍ଚଳ ପରିଷଦ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଞାୟତର ରାଧାକିଶୋରପୁର ଶକ୍ତିମୟୀ ସ୍ପୋର୍ଟସ ଖେଳ ପଡିଆଠାରେ କ୍ରିକେଟ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ବାରା କ୍ରିକେଟ ଓ କବାଡି କ୍ରୀଡା ଉଦଘାଟିତ ହୋଇଥିଲା। ସେହିପରି ଆଠଗଡ ଗୋପବନ୍ଧୁ ବିଞାନ ମହାବିଦ୍ୟାଳୟରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରିକେଟ ୩ଟି ଗ୍ରୁପରେ ୬ଟି ଟିମକୁ ନେଇ ପ୍ରତିଯୋଗିତା ହୋଇଥିଲା। ଏହି ଖେଳ ପାଇଁ ୧୪ ଟି ଦଳ ପଞିକୃତ କରିଥିଲେ। ସେହିପରି କବାଡି ଖେଳ ୬ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା। ଘଣ୍ଟିଖାଲର ବୃନ୍ଦାବନଚନ୍ଦ୍ର କ୍ଲବ ଚମ୍ପିୟାନ ଓ ଆଠଗଡର ଜୟଶ୍ରୀରାମ କବାଡି ଟିମ ରନର୍ସ ଅପ ହୋଇଥିଲା। ଖୋ ଖୋ ପ୍ରତିଯୋଗିତାରେ ମହାବୀର ଖୋ ଖୋ କ୍ଲବ ଆଠଗଡ , ଚମ୍ପିୟାନ ଓ କନ୍ଦରପୁର ଖୋ ଖୋ ଟିମ ରନର୍ସ ଅପ ହୋଇଛି। ବ୍ଲକ ସ୍ତରୀୟ ଚମ୍ପିୟାନ ଟିମକୁ ୨୦ ହଜାର ଟଙ୍କା , ରନର୍ସ ଅପ ଟିମକୁ ୧୫ ହଜାର ଟଙ୍କା, ପ୍ରଥମ ସେମିଫାଇନାଲିଷ୍ଟକୁ ୧୦ ହଜାର, ଦ୍ବିତୀୟ ସେମିଫାଇନାଲିଷ୍ଟକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ବ୍ଲକ ସ୍ତରୀୟ ଚମ୍ପିୟାନ ଟିମ ଜିଲ୍ଲାସ୍ତରୀୟକୁ ଉନ୍ନତି ହେବେ। ଉତ୍ସବରେ ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଶାନ୍ତିଲତା ବେହେରା, ଏନ ଏ ସି ଅଧ୍ୟକ୍ଷା ସସ୍ମିତା ରାଉତ, ବିଡ଼ିଓ ପ୍ରଦୀପ କୁମାର ସାହୁ ଅତିଥିଭାବେ ଯୋଗଦେଇଥିଲେ । ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମ୍ଖେଳଗୁଡିକୁ ପରିଚାଳନା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚପଳା ସାହୁ ଏବଂ ପ୍ରାକ୍ତନ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories