ଟିଟିଲାଗଡ଼ : ଟିଟିଲାଗଡ଼ରେ ସହରରେ ଅପରାଧ ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ବହୁ ପ୍ରତିକ୍ଷିତ ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ ହୋଇଛି। ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି , ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଟିଟିଲାଗଡ଼ ଥାନା ପରିସରରେ ଏହାର ମନିଟରିଙ୍ଗ ସିଷ୍ଟମର ଉଦଘାଟନ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଟିଟିଲାଗଡ଼ ଅଞ୍ଚଳର ବିକାଶ ନେଇ ମୁଖ୍ୟମନ୍ତ୍ରୀ କେବେ ପାଣ୍ଠିର ଉଣା କରିନଥିବା କହିଛନ୍ତି। ଟିଟିଲାଗଡ଼ ଠାରେ ଏକ ଷ୍ଟାଡିୟମ ପ୍ରତିଷ୍ଠା ଏବଂ ମହାରାଜ ସାଗରରେ ବିଦ୍ୟୁତ ଆଲୁଅ ବ୍ୟବସ୍ଥା ନେଇ ପାଣ୍ଠି ବରାଦ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବ ଅପେକ୍ଷା ବିକାଶ ପରିଷଦକୁ ୪ ଗୁଣା ଅଧିକ ପାଣ୍ଠି ପ୍ରଦାନ କରୁଥିବା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଥିଲେ। କାର୍ଯ୍ୟକ୍ରମରେ ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବଲାଙ୍ଗୀର ଏଏସପି ବିଦ୍ୟୁତ ପଣ୍ଡା, ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ମନୋଜ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ପ୍ରେମ ଜୈନ, ଜିଲ୍ଲା ପରିଷଦ ସଭ୍ୟ ଗୀତା ବିଶି, କାଉନସିଲର ଟିନୁ ଅଗ୍ରୱାଲ, ସୁନିତା ଦାଶ, ବୁଲୁ ଆଚାର୍ଯ୍ୟ, ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ
Popular Categories



