www.samajalive.in
Monday, December 8, 2025
24.1 C
Bhubaneswar

‘ସାଲାର’ ପାଇଁ ବୁକ୍‌ ମାଇଁ ଶୋ ୱେବସାଇଟ୍‌ କ୍ରାସ୍‌

ନୂଆଦିଲ୍ଲୀ: ବର୍ଷ ୨୦୨୩ର ଶେଷ ଭାଗ ବେଶ୍‌ ଚମତ୍କାର ଓ ଜବରଦସ୍ତ ମନୋରଞ୍ଜନଧର୍ମୀ ହେବାକୁ ଯାଉଛି। କାରଣ ପ୍ରଶାନ୍ତ ନୀଲ୍‌ଙ୍କ ‘ସାଲାର-ପାର୍ଟ ୱନ: ସିଜଫାୟର’ ଆସୁଛି, ଯେଉଁଥିରେ ନଜର ଆସିବେ ପ୍ରଭାସ। ଅପରପକ୍ଷେ, ରାଜକୁମାର ହିରାନୀଙ୍କ ‘ଡଙ୍କୀ’ ମଧ୍ୟ ପ୍ରେକ୍ଷାଳୟକୁ ଆସୁଛି, ଯେଉଁଥିରେ ଶାହରୁଖ ଖାନଙ୍କ ସହ ଭିକ୍କି କୌଶଲ ଓ ତାପସୀ ପନ୍ନୁ ନଜର ଆସିବେ। ଡିସେମ୍ବର ୨୨ ଓ ୨୩ରେ ମୁକ୍ତିଲାଭ କରିବାକୁ ଥିବା ଏହି ଦୁଇ ବଡ଼ ବଜେଟ୍‌ ଚଳଚ୍ଚିତ୍ରର ଅଗ୍ରୀମ ବୁକିଂ ମଧ୍ୟ ୩ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି, ଯାହାକି ରେକର୍ଡ଼ ଆୟ କରୁଛି। ଇତି ମଧ୍ୟରେ ଖବର ଆସିଛି ଯେ, ବୁକ୍‌ ମାଇଁ ଶୋ ସାଇଟ୍‌ କ୍ରାସ୍‌ ହୋଇଯାଇଛି। ଏହା ଶୁଣି ପ୍ରଭାସଙ୍କ ପ୍ରଶଂସକଙ୍କ ଖୁସିର ଠିକଣା ନାହିଁ।

ମନୋବାଲା ବିଜୟବାଲନଙ୍କ ଟ୍ବିଟ୍‌ ଅନୁସାରେ, ବୁକ୍‌ ମାଇଁ ଶୋ ପୋର୍ଟାଲ କ୍ରାସ୍‌ ହୋଇଯାଇଛି, ଆଉ ଏହାର କାରଣ ପ୍ରଭାସଙ୍କ ‘ସାଲାର’। ଏହି ଟ୍ବିଟ୍‌ ପରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସାଲାର’ ଝଡ଼ ବକ୍ସ ଅଫିସକୁ ଦୋହଲାଇବାକୁ ଯାଉଛି। ଅନ୍ୟଜଣେ ଲେଖିଛନ୍ତି, ଏହା ତ ସାଧାରଣ କଥା ହୋଇଗଲାଣି। ସେହିପରି ତୃତୀୟ ୟୁଜର ଲେଖିଛନ୍ତି, ବଡ଼ ବ୍ଲକବଷ୍ଟର ଚଳଚ୍ଚିତ୍ର ହେବ। ତେବେ କିଛି ଲୋକ ଏହାକୁ ମିଛ ଖବର କହୁଥିବା ବେଳେ ଅନ୍ୟ କେତେକ ଲୋକ ଏହା ‘ଡଙ୍କୀ’ କାରଣରୁ ହୋଇଥିବା କହିଛନ୍ତି।

- Advertisement -


ଅଗ୍ରୀମ ବୁକିଂ ବିଷୟରେ କହିବାକୁ ଗଲେ ଏକ ରପୋର୍ଟ ମୁତାବକ, ‘ସାଲାର’ ପ୍ରଥମ ଦିନ ପାଇଁ ସମସ୍ତ ଭାଷାରେ ୨,୪୮,୫୬୪ ଟିକେଟ୍‌ ବିକ୍ରି କରିଛି। ବର୍ତ୍ତମାନ ସୁଦ୍ଧା ‘ସାଲାର’ ଅଗ୍ରୀମ ବୁକିଂରେ ୬.୦୩ କୋଟି ଟଙ୍କା ଆୟ କରିସାରିଲାଣି। ତେଲୁଗୁ, ମାଲାୟାଲମ, ତାମିଲ, କନ୍ନଡ଼ ଓ ହିନ୍ଦୀ ଭାଷାରେ ବିଶ୍ବବ୍ୟାପୀ ରିଲିଜ୍‌ ହେବାକୁ ଯାଉଥିବା ‘ସାଲାର’ର ଟକ୍କର ‘ଡଙ୍କୀ’ ସହ ହେବାକୁ ଯାଉଛି, ଯାହା ଅଗ୍ରୀମ ବୁକିଂରେ ‘ସାଲାର’କୁ କଡ଼ା ଟକ୍କର ଦେଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories