www.samajalive.in
Sunday, December 14, 2025
14.1 C
Bhubaneswar

ଚୀନରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ, ୧୧୮ ମୃତ

ଡେସ୍କ: ଚାଇନାର ଉତ୍ତର-ପଶ୍ଚିମ ଅଂଚଳର ଗଣସୁ ଏବଂ ଇଙ୍ଗାଇରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ପରେ ୧୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଭୂକମ୍ପରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତକାଲି ମଧ୍ୟରାତ୍ରିର କିଛି ସମୟ ପୂର୍ବରୁ ଭୂକମ୍ପ ଅନୁଭୂତ ହୋଇଥିଲା। ନିମ୍ନ ତାପମାତ୍ରା ସତ୍ୱେ ଲୋକମାନେ ଘରୁ ବାହାରକୁ ପଳାଇଥିଲେ। ଏହି ଭୂକମ୍ପରେ ହଜାର ହଜାର ଘର ଏବଂ ଭିତ୍ତିଭୂମି ନଷ୍ଟ ହୋଇଥିବା ଜଣାପଡିଛି। ଗଣସୁ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ପ୍ରଦେଶରେ ୧୦୫ ଜଣ ପ୍ରାଣ ହରାଇଥିବା ବେଳେ ୩୯୭ ଜଣ ଆହତ ହୋଇଛନ୍ତି। ଇଙ୍ଗାଇରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୨ ଜଣ ଆହତ ହୋଇଛନ୍ତି ଓ ୨୦ ଜଣ ନିଖୋଜ ଅଛନ୍ତି। ୨୦୧୦ ମସିହାରେ ଏହି ଦୁଇଟି ସ୍ଥାନରେ ଭୂକମ୍ପ ଘଟି ୨ ହଜାର ୬୯୮ ଜଣଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସମସ୍ତେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ୩ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି ଓ ଶହ ଶହ ସୈନିକଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଅର୍ଥ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ଜରୁରୀକାଳୀନ ରିଲିଫ ପାଣ୍ଠିରୁ ୨୨ ମିଲିୟନ ପାଉଣ୍ଡରୁ ଅଧିକ ଆବଣ୍ଟନ କରିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories