www.samajalive.in
Sunday, December 14, 2025
26.1 C
Bhubaneswar

ନବବର୍ଷ ୨୦୨୪ : ଉପହାର ଦେବା ପୂର୍ବରୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ନେବ। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷରେ ସଭିଏଁ ପରସ୍ପରକୁ ଶୁଭେଚ୍ଛା ଜଣାଇ ଥାଆନ୍ତି। ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଉପହାର ମଧ୍ୟ ଦେଇ ଥାଆନ୍ତି। ଉପହାର ଦେବା ଦ୍ୱାରା ସମ୍ପର୍କ ଅଧିକ ମଜଭୂତ ହୋଇଥାଏ ବୋଲି କୁହାଯାଏ। ତେବେ ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ ଉପହାର ଦେବା ପୂର୍ବରୁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ..
କାହାରିକୁ କଦାପି ଉପହାରରେ ଜୋତା ଚପଲ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଦାରିଦ୍ର୍ୟତା ଲାଗି ରହିଥାଏ। ଟଙ୍କାର ଅଭାବ ଲାଗି ରହିଥାଏ।
ନୂଆବର୍ଷରେ କାହାରିକୁ ଘଣ୍ଟା କିମ୍ବା ରୁମାଲ ଦିଅନ୍ତୁ ନାହିଁ। ରୁମାଲ ଦେବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ। ସେହିପରି ଘଣ୍ଟା ଦେବା ଦ୍ୱାରା ଭଲ ସମୟ ଦୂର ହୋଇଯାଏ।
କାହାରିକୁ ମଧ୍ୟ ଧାରୁଆ ଜିନିଷ ଉପହାରରେ ଦେବା ଉଚିତ ନୁହେଁ। ଧାରୁଆ ଜିନିଷ ଉପହାର ଦେବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିବା ସହ ପରସ୍ପର ମଧ୍ୟରେ ଭୁଲ୍‌‌ ବୁଝାମଣା ସୃଷ୍ଟି ହୋଇଥାଏ।
ପର୍ସ କିମ୍ବା ବ୍ୟାଗ୍‌‌ ମଧ୍ୟ କାହାରିକୁ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସମସ୍ୟା ସୃଷ୍ଟି ହୋଇଥାଏ। ଅଭାବ ଲାଗି ରହିଥାଏ।
ଭଗବାନଙ୍କ ମୂର୍ତ୍ତି କଦାପି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories