www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ

ମାଲକାନଗିରି : ଗୋଟିଏ ପଟେ ଲାଲବାହିନୀ ପକ୍ଷରୁ ରବିବାର ଠାରୁ ପି.ଏଲ୍.ଜି.ଏ. ସପ୍ତାହ ଆରମ୍ଭ ହୋଇ ମାଓ ଆଦର୍ଶ ଓ ଆଭିମୁଖ୍ୟର ପ୍ରଚାର ପ୍ରସାର ସହ ମୃତ ମାଓବାଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା କରାଯାଉଥିବା ବେଳେ ଜଣେ ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ କରିଛନ୍ତି। ସୋମବାର ଦିନ ମାଲକାନଗିରି ଏସ୍.ପି. ଜଗମୋହନ ମୀନାଙ୍କ ନିକଟରେ ସେ ଆତ୍ମ ସମର୍ପଣ କରିଛନ୍ତିା କାଲିମେଳା ଦଳମ୍ର ଇଦି ମାଢି ସଂଗଠନ ଛାଡି ଏସ୍.ପି.ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତିା କାଲିମେଳା ବ୍ଲକ ସୁଧାକୋଣ୍ଡା ଗ୍ରାମର ଇଦି ଦୀର୍ଘ ୪ ବର୍ଷ ଧରି ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିରେ କାର୍ଯ୍ୟ କରୁଥିଲ।। ଆତ୍ମ ସମର୍ପଣକାରୀ ଇଦିଙ୍କୁ ଥଇଥାନ କରାଯିବା ସହ ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ଶିକ୍ଷା ପାଇଁ ସହାୟତା ସହ ସ୍ୱାଭିମାନ ସହ ବଞ୍ଚିବା ପାଇଁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଏସ୍.ପି.ଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ପ୍ରକାଶ କରିଛନ୍ତିା

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories