www.samajalive.in
Saturday, December 13, 2025
26.1 C
Bhubaneswar

ଆସିଲା ‘ହନୁମାନ’ର ହିନ୍ଦୀ ଟ୍ରେଲର; ଚକିତ ପ୍ରଶଂସକ କହିଲେ ବ୍ଲକବଷ୍ଟର

ମୁମ୍ବଇ: ପ୍ରଶାନ୍ତ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ହନୁମାନ’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏଥିରେ ତେଜା ସଜ୍ଜା, ଅମୃତା ଆୟର, ବରଲକ୍ଷ୍ମୀ ସାରଥକୁମାର, ଭେନେଲା କିଶୋର, ବିନୟ ରାୟ, ଦୀପକ ଶେଟ୍ଟୀ ଓ ସତ୍ୟା ପ୍ରମୁଖ କଳାକାର ନଜର ଆସିବେ। ଇତି ମଧ୍ୟରେ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ୍‌ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।

ପ୍ରାଇମ ଶୋ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ପେଜ୍‌ରେ ‘ହନୁମାନ’ର ଅଫିସିଆଲ ଟ୍ରେଲର ରିଲିଜ୍‌ କରାଯାଇଛି। ଟ୍ରେଲର ଆରମ୍ଭ ହେଉଛି ଏକ ଅଜ୍ଞତାର ଦୁନିଆରୁ, ଯେଉଁଥିରେ ପାଣି ଭିତରର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହାପରେ ଅଭିନେତା ତେଜା ଚିତା ପଛରେ ଦୌଡ଼ୁଥିବା ଏବଂ ଅନେକ ଶକ୍ତିର ଝଲକ୍‌ ଟ୍ରେଲରେ ଦେଖିବାକୁ ମିଳିଛି। ଏହି ଟ୍ରେଲର ଦେଖିବା ପରେ କମେଣ୍ଟରେ ଲୋକେ ଜୟ ଶ୍ରୀ ହନୁମାନ ନାରା ଦେବା ଆରମ୍ଭ କରିଦେଇଛନ୍ତି। ଏଥିସହ ​‌ଟ୍ରେଲର ଲୋମ ହର୍ଷଣକାରୀ ଏବଂ ଏହା ‘ଆନିମଲ୍‌’, ‘ପଠାନ୍‌’, ‘ଗଦର ୨’ ଓ ‘ଯୱାନ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ରେକର୍ଡ଼ ଭାଙ୍ଗିବ ବୋଲି ଲୋକେ କମେଣ୍ଟରେ ଲେଖିଛନ୍ତି। ଜାନୁଆରୀ ୧୨, ୨୦୨୪ରେ ମୁକ୍ତିଲାଭ କରିବ ‘ହନୁମାନ’।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories