www.samajalive.in
Saturday, December 13, 2025
21.1 C
Bhubaneswar

ୱାଲମୀ ଠାରେ ‘ଜଳ ସମ୍ପଦର ବିକାଶ ଓପରିଚାଳନା’ ସମ୍ବନ୍ଧରେ ତାଲିମ କାର୍ୟ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ସୁପରିଚାଳନା ତଥା ଜଳର ସୁଷମ ବଣ୍ଟନ ପାଇଁ ଜଳସମ୍ପଦ ବିଭାଗର ବୃହତ୍ ଓ ମଧ୍ୟମ ଜଳସେଚନ ଶାଖାରେ କାର୍ୟ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ ‘ଜଳ ସମ୍ପଦର ବିକାଶ ଓ ପରିଚାଳନା’ ସମ୍ବନ୍ଧରେ ଏକ ୫ ଦିନିଆ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ ପରିଚାଳନା ପ୍ରତିଷ୍ଠାନ (ୱାଲମୀ) ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ୟ୍ୟକ୍ରମରେ ମହାନଦୀ-କାଠଯୋଡି ସିଷ୍ଟମ ଓ ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ଅଧୀନରେ ଥିବା ୩୩ ଜଣ ଯନ୍ତ୍ରୀ ଯୋଗଦାନ କରିଛନ୍ତି । ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ତଥା ୱାଲମୀ, ଓଡିଶାର ନିର୍ଦ୍ଦେଶକ, ଇଂ ବିଜୟ କୁମାର ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗ ଶ୍ରୀଯୁକ୍ତ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକ, ସମ୍ମାନୀୟ ଅତିଥ ଭାବରେ ଯୋଗଦେଇଥିଲେ ।

- Advertisement -

ଓ୍ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ପ୍ରଫେସର ସୁଧନ୍ୱା ଚନ୍ଦ୍ର ପାତ୍ର ସାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ପ୍ରାଧ୍ୟାପିକା ଇଂ ଇତିଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ୱାଲମୀ, ଓଡିଶାର ଯୁଗ୍ମ ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକ ତଥା ଅନ୍ୟ କର୍ମଚାରୀମାନେ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ୱାଲମୀର ପ୍ରଫେସର( ଯାନ୍ତ୍ରିକ), ଇଂ ଅରୁଣ କୁମାର ସାମନ୍ତରାୟ, ଉଦ୍‌ଘାଟନୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories