www.samajalive.in
Monday, December 8, 2025
24.1 C
Bhubaneswar

୧୬ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ, ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

ଭୁବନେଶ୍ୱର : ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ କନକ୍ଲେଭ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଓ ଡ଼ାକ୍ତର ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ ବୋଲି ସ୍ପୋଟ୍ସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ତଥା ସ୍ପୋଟ୍ସ ସର୍ଜନ ଡ଼. ସାର୍ଥକ ପଟ୍ଟନାୟକ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଡ଼. ପଟ୍ଟନାୟକ କହିଲେ ଯେ ଏହି ସମ୍ମିଳନୀରେ କ୍ରୀଡ଼ା ଦୁନିଆର ସର୍ବୋଚ୍ଚ ଦୁଇଟି କ୍ରୀଡ଼ା ଓ ଚିକିତ୍ସା ବିଜ୍ଞାନକୁ ଏକତ୍ର କରିବ । ବିଶେଷ କରି ଗୋଟେ ଛାତ ତଳେ ଓଡ଼ିଶାରେ ତୃଣମୂଳ କ୍ରୀଡ଼ାକୁ ମଜବୁତ୍ କରିବାକୁ ବିଶେଷଜ୍ଞମାନେ ମତବିନିମୟ କରିବେ । ଦିନତମାମ ସମ୍ମିଳନୀରେ ଆଘାତ ନିବାରଣ, କ୍ରୀଡ଼ା ବିଜ୍ଞାନ ଓ ପୁର୍ନବାସ ଉପରେ ବିଭିନ୍ନ ଅଧିବେଶନ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଲକ୍ଷ୍ୟ କରି ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

- Advertisement -

ମୁଖ୍ୟତଃ କ୍ରୀଡ଼ା ବିଜ୍ଞାନ ଉପରେ ସଚେତନ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସବୁଠୁ ବଡ଼ କଥା ହେଉଛି ଏହି ସମ୍ମିଳନୀରେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯିବ । ଯେଉଁଥିରେ ରହିଛି କର୍ଣ୍ଣ ଆୱାର୍ଡ଼, ପାଇକ ଟିମ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ଏମରଜିଂ ପ୍ଲେୟର ଆୱାର୍ଡ଼, ଦିଲ୍ଲୀପ ତୀର୍କି ଗ୍ରାସରୁଟ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ କୋଚ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ଲାଇଫ୍ ଟାଇମ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପ୍ରିନ୍ଟ ଚାମ୍ପିୟନ ଆୱାର୍ଡ଼ (ପୁରୁଷ ଓ ମହିଳା), ଏସ୍‌ଏସ୍‌ଆଇ ବେଷ୍ଟ ସ୍ପୋର୍ଟ୍ସ ପର୍ସନ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପୋଟ୍ସ ଡ଼େଭେଲପ୍‌ମେ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପୋର୍ଟ ଜୋର୍ନାଲିଜିମ୍ ଆୱାର୍ଡ଼ ପ୍ରଦାନ କରାଯିବ । ସେମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଡ଼. ପଟ୍ଟନାୟକ କହିଥିଲେ

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories