ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ରାଜେନ୍ଦ୍ର ଶୁକ୍ଲା ଓ ଜବଦୀଶ ଦେଓଡା ଶପଥ ନେଇଛନ୍ତି। ଭୋପାଳରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ମଙ୍ଗୁଭାଇ ପଟେଲ। ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପୀ ନଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି। ଏହାସହ ଅନ୍ୟ ବଡ ବଡ ବିଜେପି ନେତା ମଧ୍ୟ ଉପସ୍ଥିତ ରହିଛନ୍ତି।

Comments are closed.