www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଳଦେବଜୀଉ ମନ୍ଦିର

କେନ୍ଦୁଝରଗଡ଼: ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ୱାରା ୧୬୭୧ ଖ୍ରୀଷ୍ଟାବ୍ଦରେ କେନ୍ଦୁଝର ପୁରୁଣାସହର ଠାରେ ନିର୍ମିତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିରର ନବକଳେବର ପରେ ବହୁ ପୁରାତନ ଏହି କିର୍ତ୍ତୀରାଜିକୁ ବୁଲି ଦେଖିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି। ଏହି ମନ୍ଦିର ପୂର୍ବରୁ କେନ୍ଦୁଝର ରାଜ ପରିବାର ପକ୍ଷରୁ ପରିଚାଳିତ ହୋଇ ଆସୁଥିବା ବେଳେ ୧୯୭୪ମସିହାରୁ ଏହା ସରକାରଙ୍କ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଇ ପ୍ରଭୁଙ୍କ ଦୈନିଦିନ ରୀତିନୀତି ସହ ମନ୍ଦିର ସୁପରିଚାଳନା କାର୍ଯ୍ୟ ପ୍ରଶାସନ ଦ୍ୱାରା ପରିଚାଳିତ ହୋଇଆସୁଛି। ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜଗନ୍ନାଥ ମନ୍ଦିର ଢ଼ାଞ୍ଚାରେ କେନ୍ଦୁଝର ବଳଦେବଜୀଉ ମନ୍ଦିରର ଦୈନିଦିନ ରୀତିନୀତି ସହ ରଥଯାତ୍ରା ପାଳନ ହୋଇଥାଏ।

ପୁରୀ ଜଗନ୍ନାଥ ମନ୍ଦିର ପରେ କେନ୍ଦୁଝର ବଳଦେବଜୀଉ ମନ୍ଦିର ଦ୍ୱିତୀୟ ସର୍ବବୃହତ ମନ୍ଦିର ଭାବେ ମାନ୍ୟତା ପାଇ ଆସିଥିବା ବେଳେ ସଂସ୍କୃତ ସ୍କନ୍ଦ ପୁରାଣକୁ ନେଇ ଦେବୀ ସୁଭଦ୍ରାଙ୍କ ରଙ୍ଗ କୁଙ୍କୁମ ବର୍ଣ୍ଣ କେନ୍ଦୁଝର ବଳଦେବଜୀଉ ମନ୍ଦିରର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଭାବେ ସୁଖ୍ୟାତି ଲାଭ କରିଛି। ବିଶ୍ୱର ସର୍ବବୃହତ ଗୋଟିଏ ରଥରେ ପ୍ରଭୁ ବଳଦେବଜୀଉ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ନେଇ ଗୋଟିଏ ରଥରେ ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରି ଶ୍ରୀମନ୍ଦିରକୁ ଫେରିବା ଭଳି ପ୍ରସିଦ୍ଧ ରଥଯାତ୍ରା କେନ୍ଦୁଝର ଜିଲାର ଏକ ଲୋକପର୍ବ ଭାବେ ଆଦିମ କାଳରୁ ପାଳିତ ହୋଇ ଆସୁଛି।

- Advertisement -

ବହୁ ପୁରାତନ ଏହି ମନ୍ଦିରର କୀର୍ତ୍ତିରାଜି ଧ୍ୱଂସାଭିମୁଖି ଆଡକୁ ଗତି କରୁଥିବା ବେଳେ ତତ୍‍କାଳୀନ ଜିଲା ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ ସହ ନବକଳେବର ବୃଦ୍ଧି ଜଗନ୍ନାଥପ୍ରେମୀ ଭକ୍ତ ମହଲରେ ଖୁସିର ଲହରି ଖେଳିଯାଇଛି। ଦେବୋତ୍ତର ଅଧିକାରୀଙ୍କ ଉଦ୍ୟମରେ ଜିଲାରେ କାର୍ଯ୍ୟକ୍ଷମ କେତେକ ଘରୋଇ କମ୍ପାନୀ ଆର୍ଥୀକ ସହାୟତାରେ ମନ୍ଦିରର ଚତୁଃପାଶ୍ୱର୍ ଏବଂ ମନ୍ଦିର ବେଢ଼ାରେ ଥିବା ସମସ୍ତ ପାଶ୍ୱର୍ ମନ୍ଦିର ଓ ମୁଖଶାଳାକୁ ଉଚ୍ଚମାନର ରଙ୍ଗ କାର୍ଯ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କୁ ବୁଲି ଆସିବାକୁ ଆକୃଷ୍ଟ କରିଛି। ସେହିଭଳି ବଡଦାଣ୍ଡର ଉନ୍ନତିକରଣ ସାଙ୍ଗକୁ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‍ ଆକୃଷ୍ଟ କରିଛି।

କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାନଘାଗରାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ବଣଭୋଜି ପାଇଁ ବର୍ଷତମାମ ଆସୁଥିବା ବେଳେ ପାହାଡ ଉପରୁ ସୁଦୃଶ୍ୟ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରକୁ ଆସି ପ୍ରଥମେ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥାନ୍ତି। ମନ୍ଦିର ବେଢ଼ା ଭିତରେ ଥିବା ବହୁ ପୁରାତନ କୋଠଘର (ମ୍ୟୁଜିୟମ) ଅସୁରକ୍ଷିତ ଅବସ୍ଥାରେ ଭଗ୍ନ ଆଡକୁ ଗତି କରୁଥିବା ବେଳେ ଏହାର ପୁନଃରୁଦ୍ଧାର ସହ ସଂରକ୍ଷଣ ସାଧାରଣରେ ବେଶ୍‍ ପ୍ରଶଂସନୀୟ ପଦକ୍ଷେପ ଭାବେ ଆଦୃତି ଲାଭ କରିଛି।

ମନ୍ଦିର ବେଢ଼ା ଚତୂଃପାଶ୍ୱର୍ରେ ବହୁ ପୁରାତନ ଖଣ୍ଡ ବିଖଣ୍ଡିତ ପଥରକୁ ଉଛେଦ କରାଯାଇ ମୂଲ୍ୟବାନ ଗ୍ରାନାଇଟ୍‍ ଏବଂ ମନ୍ଦିର ବେଢ଼ା ଭିତରେ ଓ ବାହାରେ ଉଜ୍ୱଳ ଆଲୋକବ୍ୟବସ୍ଥା ପ୍ରତିଟି ଭକ୍ତଙ୍କୁ ମନ୍ଦିର ବୁଲିଯିବାକୁ ଆକୃଷ୍ଟ କରିଛି। ପ୍ରାବରଣ ଷଷ୍ଠିରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀ ଜୀଉମାନଙ୍କ ଶୀତବସ୍ତ୍ର ଲାଗି ହେଉଥିବା ବେଳେ ଏହି ଦିନମାନଙ୍କରେ ପ୍ରତ୍ୟହ ଗରମ ପାଣିରେ ବିଗ୍ରହଙ୍କ ନୀତି ପ୍ରଭୁ ବଳଦେବଜୀଉ ମନ୍ଦିରର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଏବେବି ଭକ୍ତଙ୍କୁ ଆକୃଷ୍ଟ କରିଥାଏ। ମନ୍ଦିରର ସୁରକ୍ଷା ଓ ଠାକୁରଙ୍କ ଦୈନିଦିନ ରୀତିନୀତି ପରିଚାଳନା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଜିଲା ଦେବୋତ୍ତର ବିଭାଗ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories