www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ବାପାକୁ ପିଟି ପିଟି ହତ୍ୟା କଲା ପୁତୁରା

ନୀଳଗିରି : କଳି ଝଗଡ଼ା ଛଡ଼ାଇବାକୁ ଯାଇଥିବା ବଡ଼ବାପାଙ୍କୁ ତାଙ୍କ ପୁତୁରା ପିଟି ପିଟି ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ।
ବରହମପୁର ଥାନା, ମାଟିଆଳି ପଞ୍ଚାୟତ ଅଧୀନ ପଥରଗୁମୁରା ଅଞ୍ଚଳର କଟିଆ ସିଂ ଦୀର୍ଘ ପ୍ରାୟ ୨୫ବର୍ଷ ହେବ ପରିବାର ସହ ନୀଳଗିରି ଥାନା ଅଯୋଧ୍ୟା ନିକଟ ନୂଆସାହି ଗାଁରେ ରହି ଆସୁଥିଲେ । ପୈତୃକ ସ୍ଥାନରେ ଧାନଚାଷ ହୋଇଥିବା ଯୋଗୁ କଟିଆ ୮ଦିନ ପୂର୍ବରୁ ସେଠାକୁ ଯାଇ ଧାନ ଅମଳ କରୁଥିଲେ । ଗତକାଲି ଭାଇ ରମାକାନ୍ତଙ୍କ ପୁଅ କମଳାକାନ୍ତ ଓ ପୁତୁରା ବୋହୁ ଗାଦରଙ୍କ ମଧ୍ୟ କଳି ଝଗଡ଼ା ଲାଗିଥିଲା । ପୁତୁରା କମଳାକାନ୍ତ ଏକ ମାରଣାସ୍ତ୍ର ଧରି ତାଙ୍କ ସ୍ତ୍ରୀକୁ ମାରିବାକୁ ଗୋଡ଼ାଉଥିବା ଦେଖି ବଡ଼ବାପା କଟିଆ ପ୍ରତିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୁତୁରା କମଳାକାନ୍ତ ବଡ଼ବାପା କଟିଆଙ୍କ ମୁଣ୍ଡ, ମୁହଁକୁ ପିଟି ପିଟି ଫଟାଇ ଦେଇଥିଲେ । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା କଟିଆଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଆଜି ମୃତକଙ୍କ ପୁଅ ବୀରକିଶୋର ସିଂ ବରହମପୁର ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପୁତୁରାକୁ ଗିରଫ କରାଯାଇଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories