ଦୁଃଖଦ ; ବାପାର ଶବ ସତ୍କାର ପୂର୍ବରୁ ଚାଲିଗଲା ପୁଅର ଜୀବନ ; ଏକାଠି ଜଳିଲେ
କୋରାପୁଟ : କୋରାପୁଟ ଜିଲା ଜୟପୁରର କମତା ଅଞ୍ଚଳର ଏକ ଅଭାବନୀୟ ଘଟଣା ବୁଧବାର ସାମ୍ନାକୁ ଆସିଛି। ବାପାର ଶବ ସତ୍କାର କରିବା ପୂର୍ବରୁ ଚାଲିଗଲା ପୁଅର ଜୀବନ। ଏକାଠି ଜଳିଲା ବାପା ପୁଅଙ୍କ ମୃତଦେହ। ମୃତକ ହେଲେ ପୁଅ ବେଣୁଧର ମଣ୍ଡଳ ଓ ବାପା ଲକ୍ଷ୍ମଣ ମଣ୍ଡଳ।
ଖବର ଅନୁଯାୟୀ ମଙ୍ଗଳବାର ରାତିରେ ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା। ସତ୍କାର ପାଇଁ ପ୍ରସ୍ତୁତି ବେଳେ ପୁଅ ବେଣୁଧରଙ୍କ ମୁଣ୍ଡରେ ଗଛଡାଳ ପଡି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Comments are closed.