ତେଲ୍ ଆବିଭ୍: ଇସ୍ରାଏଲ-ହମାସ ମଧ୍ୟରେ କିଛି ଦିନର ବିରତି ପରେ ପୁଣି ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଦୁଇ ପକ୍ଷରୁ ପ୍ରାୟ ୧୬ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଲାଣି। ଇତି ମଧ୍ୟରେ ଇସ୍ରାଏଲ ସେନା ପୁଣି ଥରେ ଦକ୍ଷିଣ ଗାଜାର ଏକ ପ୍ରମୁଖ ସହର ଉପରେ ଆକ୍ରମଣ କରିଛି। ଏଥିରେ ୪୫ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।



